ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅନ୍ତର୍ଗତ ବେଣୁପର ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ମନୋଜ କୁମାର ଦାସ। ମନୋଜଙ୍କ ଶରୀରରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ଲାଗି ମନୋଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏ ସଂପର୍କରେ ଆଜି ମନୋଜ ବାଲିଅନ୍ତା‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଛି। ନିଜ ପ୍ଲଟକୁ ଲାଗି ରହିଥିବା ସରକାରୀ ଜମି କରାୟତ୍ତ କରିବାକୁ ଯୋଜନା କରୁଥିବା ଜଣେ ବ୍ୟକ୍ତିଙ୍କୁ ବିରୋଧ କରି ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋଟିଏ ଗୋଷ୍ଠୀ ଗତକାଲି ରାତିରେ ସ୍ଥାନୀୟ ହନୁମାନ ମନ୍ଦିର ନିକଟରେ ମନୋଜକୁ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଯାଇଛି। ଏନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର