ସାର୍ଟିଫିକେଟ ଆଣିବାକୁ ଭୁବନେଶ୍ବର ଯାଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଖଲ୍ଲିକୋଟ  : ସାର୍ଟିଫିକେଟ ଆଣିବାକୁ ଭୁବନେଶ୍ବର ଯାଇ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ମାଟିଆସାହିର ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମାଟିଆସାହିର ଡି.ସୀମାଦ୍ରି ପାତ୍ର ଓ ଡି.ସୁଲୋଚନା ପାତ୍ର ଭୁବନେଶ୍ୱର ସ୍ଥିତ ସାଲିଆ ସାହିରେ ରହି ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କର ଏକମାତ୍ର ପୁଅ ବାଲାଜୀ କ୍ୟାପିଟଲ୍ ହାଇସ୍କୁଲରେ ପାଠ ପଢ଼ୁଥିଲା। ଲକ୍‌ଡାଉନ୍ ପାଇଁ ସୀମାଦ୍ରି ସପରିବାର ନିଜ ଘର ଖଲ୍ଲିକୋଟକୁ ଫେରି ଆସିଥିଲେ। ଗତ ବୁଧବାର ଦିନ ପୁଅ ବାଲାଜୀ ମାଟ୍ରିକ୍ ସାର୍ଟିଫିକେଟ ଆଣିବାକୁ ଭୁବନେଶ୍ୱର ଯାଇଥିଲା। ହେଲେ ସେ ଆଉ ଫେରି ନଥିଲା। ଏହାସହ ତା’ର ମୋବାଇଲ୍‌କୁ ବି ଯୋଗାଯୋଗ ହୋଇପାରିନି। ଏନେଇ ପରିବାରବର୍ଗ ଖଲ୍ଲିକୋଟ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର