କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କଲେ, କିନ୍ତୁ ନିଜକୁ ବଞ୍ଚାଇ ପାରିଲେନି

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ପଂଚାୟତ ପୁରିଆପାଟ ବନଦୁର୍ଗା ମନ୍ଦିର ପରିସର କୂଅରେ ପଡିଯାଇଥିବା ଶିଶୁକୁ ଉଦ୍ଧାର ପରେ ଉଦ୍ଧାରକାରୀ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ ଟାରେ ଶିମିଳିପାଳ ଗ୍ରାମର ଶିବ ଦେହୁରୀଙ୍କ ଅଢେଇ ବର୍ଷର ଶିଶୁ ଶୁଭମ ମନ୍ଦିର ପରିସର କୂଅରୁ ପାଣି ଟାଣୁଥିଲେ। ଭାରସାମ୍ୟ ହରେଇ ଶୁଭମ କୂଅରେ ପଡିଯାଇଥିଲେ। କୂଅରେ ପଡିଯିବା ଦେଖି ପାଖରେ ଥିବା ଚାଇଆ ପଧାନ(୨୨) ଓ ବଙ୍କା ପଧାନ(୨୪) କୂଅରେ ପଶି ଶୁଭମକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଚାଇଆ କୂଅ ପାଣିରେ ବୁଡି ମୃତ୍ୟୁବରଣ କରିଥିବାବେଳେ ବଙ୍କା କୂଅରୁ ବାହାରି ଆସିଥିଲେ। ଖବରପାଇ ଛେଣ୍ଡିପଦା ଅଗ୍ନିଶ୍ରମ ବାହିନୀ ପହଞ୍ଚି କୂଅରୁ ଚାଇଆକୁ ଉଦ୍ଧାର କରିଥିଲେ । ଅସୁସ୍ଥ ଥିବା ଶୁଭମ ବାଗେଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର