ବାଲେଶ୍ୱର: ସମୁଦ୍ର ଭିତରେ ଆଣ୍ଠୁଏ ପାଣି ଭିତରେ ଡଲଫିନ୍‌ ସହିତ ମସ୍ତି କରିବା ବୋଧେ ବହୁତ କମ୍‌ ଲୋକଙ୍କ ପାଇଁ ସୁଯୋଗ ଆସିଥାଏ। କିନ୍ତୁ ଏହି ବିରଳ ପ୍ରଜାରତିର ସାମୁଦ୍ରିକ ପ୍ରାଣୀ ସହିତ ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟ ନଅମାଇଲ ସମୁଦ୍ର ତଟରେ ଆଜି ଛୋଟ ପିଲାମାନଙ୍କ ସହିତ ବଡ଼ମାନେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ମସ୍ତି କରିଛନ୍ତି। କମ୍‌ ବୟସର ପିଲାମାନେ ଜୀବନ୍ତ ଡଲଫିନ୍‌କୁ ହାତରେ ଧରିବାକୁ ସୁଯୋଗ ପାଇଛନ୍ତି। ସମୁଦ୍ରର ଏହି ଦୁର୍ଲଭ ପ୍ରାଣୀ ସହିତ ଛୋଟ ପିଲାମାନେ ମସ୍ତି କରୁଥିବା ବେଳେ ବୟସ୍କ କିଶୋରମାନେ ସେଲ୍‌ଫି ନେଇଛନ୍ତି। ସମୁଦ୍ରର ଏହି ବିରଳ ମୂହୁର୍ତ୍ତକୁ ନେଇ ପିଲମାନେ ବେଶ୍‌ ଉତ୍ସାହ ହୋଇଛନ୍ତି।

Advertisment

ସୂଚନା ଅନୁସାରେ ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଚାନ୍ଦିପୁର ନିକଟ ନଅମାଇଲ ସମୁଦ୍ର ତଟରେ ଆଜି ଏକ ବିରାଟକାୟ ଜୀବନ୍ତ ଡଲଫିନ ମାଛ ଦେଖିବାକୁ ମିଳିଥିଲା। ସମୁଦ୍ରର ଜୁଆର ପାଣିରେ ଚାଲିଆସିଥିବା ଡଲଫିନ୍‌ଟିର ଲମ୍ବା ୫ ଫୁଟ ଥିବାବେଳେ ତାର ଓଜନ ଆନୁମାନିକ ଦେଢ଼ କୁଇଣ୍ଟାଲ୍‌ରୁ ଊର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଇଛି।

ସମୁଦ୍ର ତଟରେ ଜୀବନ୍ତ ଡଲଫିନ୍‌ ଲାଗିଥିବା କଥା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳର ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ଲୋକ ପର୍ଯ୍ୟନ୍ତ ଭିଡ଼ ଲାଗିଥିଲା। ଡଲଫିନ୍‌କୁ ଦେଖିବା ସହିତ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା। ଡଲଫିନ୍‌ଟି ଦୀର୍ଘ ସମୟ ସମୁଦ୍ର କୂଳରେ ରହିବା ପରେ ପୁଣି ଥରେ ପାଣି ଭିତରକୁ ପ୍ରବେଶ କରି ନିଖୋଜ ହୋଇଯାଇଥିଲା।