ଓଡ଼ାପଡ଼ା: ‘ଈଶ୍ବର ଏକ। ପରମପିତା ସର୍ବବ୍ୟାପକ ଓ ସବୁଠି ବିଦ୍ୟମାନ। ପରବ୍ରହ୍ମଙ୍କୁ ସବୁଠି ଅନୁଭବ କରିବାର ଆବଶ୍ୟକତା ରହିଛି। ଦୈନନ୍ଦିନ ଜୀବନରେ ରାଜଯୋଗର ଅଭ୍ୟାସ କରି ତାଙ୍କ ସହିତ ନିତ୍ୟ ଯୋଡ଼ି ହେବାର ସମୟ ଆସିଛି।’ ଓଡ଼ାପଡ଼ା ବ୍ଲକ ଖଡଗ୍ପ୍ରସାଦ ପାଟଣା ଉତ୍ସବ ମଣ୍ଡପରେ ଆଜି ଆୟୋଜିତ ବ୍ରହ୍ମାକୁମାରୀ ପାଠଶାଳା କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଦ୍ୟାଳୟର କର୍ମକର୍ତାମାନେ ଗ୍ରାମବାସୀଙ୍କୁ ଏଭଳି ଆଧ୍ୟାତ୍ମିକ ମାର୍ଗଦର୍ଶନ କରାଇଛନ୍ତି।
ବ୍ରହ୍ମାକୁମାରୀ ଉଷା ଭଉଣୀଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରମାତ୍ମା ଶିବଙ୍କର ସତ୍ୟଯୁଗ ସ୍ଥାପନାର ଦିବ୍ୟ ସନ୍ଦେଶ ପ୍ରଦାନ କରାଯାଇଥିଲା। ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଏଭଳି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇଥିଲେ। ପାଠଶାଳାର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାଁରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନାମ ସଂକୀର୍ତ୍ତନ ସହିତ ଗାଁ ମହିଳାମାନେ ଗାଁରେ ଆଧ୍ୟାତ୍ମିକ ପରିକ୍ରମା କରିଥିଲେ। ବ୍ରହ୍ମକୁମାରୀ ଲକି, ସୁକାନ୍ତି, ଲିନା, ଦ୍ରୌପଦୀ, ବେଣୁ ଭାଇଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/91764e50-9a60-438d-b03a-42da562d08ce.jpg)