ନୟାଗଡ଼: ବ୍ରେକ ଫେଲ ହୋଇ ବସକୁ ଧକ୍କା ଦେଲା ବସ, ୨୫ ଆହତ

ନୟାଗଡ଼: ଆଜି ମଧ୍ୟାହ୍ନରେ ନାୟଗଡ଼ ଟ୍ରାଫିକ୍‌ ଛକ ନିକଟରେ ଦଶପଲ୍ଲାରୁ ଭୁବନେଶ୍ୱର ଆସୁଥିବା ଶୁଭମ୍‌ ନାମକ ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ ଅନ୍ୟ ଏକ ବସ୍‌କୁ ପଛରୁ ପିଟିଛି। ଏହି ଦୁର୍ଘଟଣାରେ ୨୫ ବସ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାରେ କରାଯାଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବସଟି ଟ୍ରାଫିକ୍‌୍‌ ଛକ ପୂର୍ବରୁ ବ୍ରେକ ଫେଲ ହେବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ତେଣୁ ବସ୍‌ ଓ ଯାତ୍ରୀମାନଙ୍କୁ କୌଣସି ମତେ ରକ୍ଷା କରିବା ପାଇଁ ଡ୍ରାଇଭର ବସକୁ ବସଷ୍ଟାଣ୍ଡ ପାଖକୁ ନେଇ ସେଠାରେ ଭୁବନେଶ୍ୱର ଅଭିମୁଖେ ବାହାରୁ ଥିବା ଏକ ବସ୍‌ ପଛରେ ଧକ୍କା ଦେଇଥିଲେ। ଫଳରେ ଶୁଭମ୍‌ ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର