ଖଣ୍ଡପଡ଼ା: ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧୀନ କୋସକାରୁ ଆଡକଟାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାର କୁମ୍ଭାରପଡାରେ ଥିବା କୁଆଁରିଆ ସେତୁ ଭୁଷୁଡିପଡିଥିବା ସୂଚନା ମିଳିଛି। ଗତ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ କୁଆଁରିଆ ନଦୀରେ ବନ୍ୟା ସ୍ଥିତି ଉପୁଜିବା ସହ କୁମ୍ଭାରପଡା ନିକଟରେ ଥିବା ପୁରୁଣା ସେତୁ ପ୍ରାୟ ୨ ଫୁଟ ଧସି ଯିବା ସହ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ ରହିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ଖଣ୍ଡପଡା ତହସିଲଦାର ଲିପ୍ସା ରାୟ, ପୂର୍ତ୍ତବିଭାଗ ଏସଡିଓ ରାଧେଶ୍ୟାମ କାଲୋ, ସ୍ଥାନୀୟ ରାଜସ୍ୱ ନିରିକ୍ଷକ, କୋସକା ଫାଣ୍ଡି ଅଧିକାରୀ ପ୍ରମୁଖ ପହଞ୍ଚିବା ସହ ବିପଦପୂର୍ଣ୍ଣ ବ୍ରିଜ ଉପରେ ଯାତାୟତ ବନ୍ଦ ରହିଛି।
ଭୁଷୁଡିଲା ସେତୁ, କୋସକାରୁ ଆଡକଟାକୁ ଯାତାୟତ ବନ୍ଦ
/sambad/media/post_attachments/wp-content/uploads/2023/08/f794cf3b-7ee9-4b3a-b84a-69d4ace36db2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)