ନୀଳଗିରି: ଲଗାଣ ବର୍ଷାରେ ଭୁଶୁଡି ଭାସିଗଲା ପୋଲ | ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ବେଗୁନିଆରେ ଏହି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଲଗାଣ ବର୍ଷା ଯୋଗୁଁ ଚାଳିଶ ବର୍ଷର ପୁରୁଣା ପୋଲ ଭୁଶୁଡି ପଡିଥିବାବେଳେ ୨୫ ଖଣ୍ଡ ଗାଁର ଯାତାୟତ ବାଧାପ୍ରାପ୍ତ ହୋଇଛି | ସୋନ ନଦୀର ଶାଖା ଯୋଡ ଉପରେ ପ୍ରସ୍ତୁତ ହୋଇଥିବା ପୋଲ ଲଗାଣ ବର୍ଷା କାରଣରୁ ଭୁଷୁଡି ପଡିଥିବାବେଳେ ସ୍କୁଲ ପିଲାଙ୍କ ଯାତାୟତରେ ସମସ୍ୟା ଉପୁଜିଥିବାବେଳେ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ |

Advertisment

ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ଘଟଣାସ୍ଥଳକୁ ଆସି ଡିପିଆର ପ୍ରସ୍ତୁତି ଚାଲିଛି, ତୁରନ୍ତ ଏହାକୁ ନିର୍ମାଣ କରାଯିବା ସହିତ ବର୍ତ୍ତମାନ ସମୟ ପାଇଁ ଜେଇ ଓ ଉପରିସ୍ଥ ଅଧିକାରୀମାନେ ଆସି କିଛି ସ୍ଥାୟୀ ପ୍ରତିକାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |