ବନ୍ତଳା: ଲଗାଣ ବର୍ଷା ଯୋଗୁଁ ଦବିଲା ରାସ୍ତା | ଲଗାଣ ବର୍ଷାରେ ବନ୍ତଳା-ଅନୁଗୁଳ ରାସ୍ତା ଗତକାଲି ରାତିରେ ଦବିଯାଇଛି। ଫଳରେ ସେଠାରେ ଦୁଇଟି ସ୍ଥାନରେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ବନ୍ତଳା କଲେଜ ରୋଡ଼ ରାସ୍ତାଟି ଦବି ଯାଇଛି। ଫଳରେ ସେଠାରେ ପ୍ରାୟ ୧୦ଫୁଟ ଓସାର ଓ ପ୍ରାୟ୪ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟକୁ ଗତକାଲି ବିଳମ୍ବିତ ରାତିଠାରୁ ଯାତାୟତ ବନ୍ଦ ରହିଛି।
ପମ୍ପାସର ନିକଟରେ ଥିବା ଏକ ପୋଲ ଭୁଶୁଡ଼ିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟକୁ ଅନୁଗୁଳ ବ୍ଳକ କରତପଟାଠାରୁ ପମ୍ପାସର ବନାଞ୍ଚଳ ଯିବା ରାସ୍ତାରେ ଥିବା ଦୁର୍ଗା ମନ୍ଦିର ନିକଟରେ ଏକ ପୋଲ ରହିଛି।
/sambad/media/post_attachments/wp-content/uploads/2021/09/f5b5f383-3aa5-4384-9a09-30d7ded845ef-e1631612969582-300x180.jpg)
ତେବେ ଦୁଇଦିନିଆ ଲଗାଣ ବର୍ଷା ଯୋଗୁଁ ପୋଲଟି ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡିଥିଲା। ଫଳରେ ଗତକାଲି ରାତିଠାରୁ ଏପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟକୁ ଯାତାୟତ ବାଧାପ୍ରାପ୍ତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/71fab527-34fb-4401-b86d-391c5913d38a.jpg)