ଭଞ୍ଜନଗର: ତିନି ବର୍ଷ ତଳେ ନିର୍ମିତ ପୋଲ ଭୁଶୁଡ଼ି ପଡ଼ିଲା

ଭଞ୍ଜନଗର: ମାତ୍ର ତିନି ବର୍ଷ ତଳେ ତିଆରି ହୋଇଥିଲା ପୋଲ। ଏହି ପୋଲଯୋଗୁଁ ବ୍ରହ୍ମପୁରରୁ ବୁଗୁଡ଼ା ଦେଇ ନୟାଗଡ଼କୁ ଯୋଗାଯୋଗ ସୁଗମ ହୋଇଥିଲା। ମାତ୍ର ଗତକାଲି ରାତିରେ ଏହି ପୋଲଟି ଭୁଶୁଡ଼ି ପଡ଼ିଛି। ପ୍ର୍ରାୟ ୧୫ ଫୁଟ ତଳକୁ ପୋଲ ଦବି ଯାଇଥିବାରୁ ବ୍ରହ୍ମପୁର-ନୟାଗଡ଼ ଭାୟା ବୁଗୁଡ଼ା ସଡ଼କ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି।


ମିଳିଥିବା ସୂଚନା ଅନୁଯାୟୀ, ବୁଗୁଡ଼ା ନିକଟରେ ଥିବା ଜେକ ଆମ୍ବଖାଲ ନାଳ ଉପରେ ପ୍ରାୟ ୩ ବର୍ଷ ତଳେ ଏହି ପୋଲଟି ନିର୍ମାଣ କରାଯାଇଥିଲା। ତେବେ ଗତକାଲି ହୋଇଥିିବା ବର୍ଷା ପରେ ଏହି ନାଳ ଉପରେ ଥିବା ପୋଲଟି ଫାଟି ଆଁ କରିବା ସହିତ ପ୍ରାୟ ୧୫ ଫୁଟ ତଳକୁ ଦବି ଯାଇଥିଲା। ସୌଭାଗ୍ୟକୁ ବିଳମ୍ବିତ ରାତିରେ ଏହି ପୋଲ ଦବିଥିବା ବେଳେ ସେହି ସମୟରେ ପୋଲ ଉପର ଦେଇ କୌଣସି ଯାନବାହନ ଚଳାଚଳ କରୁ ନ ଥିଲା। ତେବେ ମାତ୍ର ୩ ବର୍ଷ ତଳେ ନିର୍ମିତ ପୋଲ ଭୁଶୁଡ଼ିବା ନେଇ ସାଧାରଣରେ ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର