କୋଟିରୁ ଅଧିକ ଟଙ୍କା ବିନିମୟରେ ନବନିର୍ମିତ ସେତୁ ଉଦ୍‌ଘାଟିତ  

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଭାଲୁ ଯୋର୍‌ ନାଳ ଉପରେ ଏକ କୋଟିରୁ ଅଧିକ ଟଙ୍କା ବିନିମୟରେ ନର୍ମାଣ ହୋଇଥିବା ସେତୁକୁ ଲାଞ୍ଜିଗଡ଼ ବିଧାୟକ ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ସେତୁ ନବରଙ୍ଗପୁର ଜିଲ୍ଲାରୁ ଜୟପାଟଣା ବ୍ଲକ୍‌କୁ ଦୂରତା କମାଇବ। ସେତୁ ଦ୍ବାରା ସୀମାନ୍ତରେ ଥିବା ଗ୍ରାମବାସୀ ଅଧିକ ଉପକୃତ ହେବେ। ଜୟପାଟଣା ବ୍ଲକ୍‌ ଧନଶୁଳୀ ପଂଚାୟତ  ଶାସ୍ତୁଗୁଡ଼ା ନିକଟ ଭାଲୁ ଯୋର୍‌ ନାଳରେ ୨୦୧୩-୧୪ ମସିହାରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍‌ଘାଟନ୍‌ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୌକେଶୀ ରାଉତ, ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ, ଜିତେନ୍ଦ୍ର ନାରାୟଣ ସିଂହଦେଓ, ବିଡିଓ ଏ. ସାମନ୍ତ ରାୟ, ସର୍ବେଶ୍ୱର ପ୍ରଧାନ, ସରପଞ୍ଚ ସାଗରିକା ବେହେରା, ସରପଞ୍ଚ ସଂଘ ସଭାପତି ଦିଲ୍ଲୀପ ରାଉତ, କୋକସରା ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ସମାଜସେବୀ ମାଣିକ୍ୟଜ୍ୟୋତି ପଣ୍ଡା, ଲାବଣ୍ୟ ବାଣୁଆ, ଚନ୍ଦ୍ର ନାଏକ, ମଙ୍ଗନିଆ ଧଙ୍ଗଡ଼ାମାଝୀ, ଭଗବାନ ବଣୁଆ ପ୍ରମୁଖ ଉପସ୍ଥିତଥିଲେ। ସହକାରୀ ଯନ୍ତ୍ରୀ ଏସ୍‌. କେ. ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର