କେନ୍ଦ୍ରାପଡ଼ା/ମାର୍ଶାଘାଇ: ମାର୍ଶାଘାଇ ମନ୍ତେଇ-ବାଲିଘାଇ ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ପ୍ରଶାସନିକ ସ୍ତରରେ ତନାଘନା ହେଲା। ଇ˚ଜିନିୟର ଇନ୍ ଚିଫ୍ ପ୍ରଦୀପ ସାମଲ ଏବ˚ ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା ପ୍ରକଳ୍ପସ୍ଥଳକୁ ଆସି ଘଟଣାର ତଦନ୍ତ କଲେ। କିଭଳି ଆଉ କେଉଁ ପରିସ୍ଥିତିରେ କାମ ଚାଲିଥିବା ବେଳେ ପୋଲ ଭୁଶୁଡ଼ିଲା, ତାର କାରଣ ଖୋଜିଲେ। ପଙ୍କମୟ ମାଟିରେ ସ˚ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଢଙ୍ଗରେ ସିମେଣ୍ଟ୍ ଖମ୍ବ(ସ୍ପାନ୍) ଗଢ଼ାଯାଇ ତା’ ଉପରେ ସ୍ଲାବ୍ ପକାଯିବାରୁ ଦବିଯାଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ପାଇବା ପରେ ତଦନ୍ତ ଅଧିକାରୀ ତଦାରଖ ଦାୟିତ୍ବରେ ଥିବା ଯନ୍ତ୍ରୀ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ। ହେଲେ ଇତିମଧୢରେ ତଦନ୍ତକୁ ଚାରି ଦିନ ବିତିବାକୁ ବସିଥିବା ବେଳେ ଏଯାଏ ନା ଯନ୍ତ୍ରୀ ନା ଠିକାଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ତଦାରଖ ଦାୟିତ୍ବରେ ଥିବା ନିର୍ବାହୀ ଯନ୍ତ୍ରୀ-୧ଙ୍କଠୁ ନେଇ ଏସ୍ଡିଓ ଏବ˚ କନିଷ୍ଠ ଯନ୍ତ୍ରୀଙ୍କ ଚରମ ଅବହେଳା ଆଉ ଠିକାଦାରଙ୍କ ଦୁର୍ନୀତିଖୋର ମନୋବୃତ୍ତି ଧରାପଡ଼ିବା ପରେ ବି ଯଦି କାର୍ଯ୍ୟାନୁଷ୍ଠାନ ହେବ ନାହିଁ, ତା’ ହେଲେ ଧରିନେବାକୁ ପଡ଼ିବ ଯେ ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି କେବଳ ସ୍ଲୋଗାନ୍ରେ ହିଁ ସୀମିତ।
୨୦୧୬, ଡିସେମ୍ବର ୧୨ତାରିଖରେ ଏହି ବିଜୁ ସେତୁର ଭିତ୍ତିପ୍ରସ୍ତର ପଡ଼ିଥିଲା। ୨କୋଟି ବ୍ୟୟରେ ହେବାକୁ ଥିବା ଏହି ସେତୁର ପରବର୍ତ୍ତୀ ସମୟରେ ଡିଜାଇନ୍ ବଦଳିବା ସହିତ ବ୍ୟୟ ଅଟକଳ ବଢ଼ି ପାଖାପାକି ୩.୫କୋଟିରେ ପହଞ୍ଚିଛି। ଯୋଜନା ମୁତାବକ, ଛଅଟି କ˚କ୍ରିଟ୍ ଖମ୍ବ ଉପରେ ୫୦ମିଟର ଲମ୍ବର ଏହି ପୋଲ ହେବ। ମ˚ଗଳବାର ଦ୍ବିତୀୟ ଖମ୍ବ ଉପରେ ସାଢେ଼ ୧୨ମିଟରର ସ୍ଲାବ୍ ପଡ଼ୁଥିବା ବେଳେ ଅଚାନକ ଭୁଶୁଡ଼ି ପଡ଼ିଥିଲା। ଗଣମାଧୢମରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଉନ୍ନୟନ କମିସନର ପ୍ରଦୀପ ଜେନା ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ।
ଏହି କ୍ରମରେ ଇ˚ଜିନିୟର୍ ଇନ୍ ଚିଫ୍ ଶ୍ରୀ ସାମଲ ଏବ˚ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଶ୍ରୀ ବେହେରା ବୁଧବାର ପ୍ରକଳ୍ପସ୍ଥଳକୁ ଆସି ଘଟଣାର ତଦନ୍ତ କରିବା ସହିତ ନିର୍ବାହୀ ଯନ୍ତ୍ରୀ ଅଜିତ୍ ସାହୁ ଓ ଏସ୍ଡିଓ ଶ୍ରୀକାନ୍ତ ମାହୁନ୍ତଙ୍କୁ ପୋଲ ଭୁଶୁଡ଼ିବା ସ˚ପର୍କରେ ବିଭିନ୍ନ ପ୍ରଶ୍ନ କରିଥିଲେ। କିନ୍ତୁ ଦୁହେଁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତଦନ୍ତ ଅଧିକାରୀ ସେମାନଙ୍କ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିଥିବା ଜଣାପଡ଼ିଛି। ଯାହା ଅଭିଯୋଗ ହୋଇଛି, ଯେଉଁଭଳି ଢଙ୍ଗରେ ପଙ୍କମୟ ମାଟି ତଳୁ କ˚କ୍ରିଟ୍ ଖମ୍ବ ଉଠାଯିବା କଥା, ସେତିକି ଗଭୀରରୁ କରାଯାଇନାହିଁ। କମ୍ ଖର୍ଚ୍ଚରେ କାମ ସାରି ବିଲ୍ କରିନେବା ଲକ୍ଷ୍ୟରେ ଥିବା ଠିକାଦାରଙ୍କୁ ତଦାରଖ ଦାୟିତ୍ବରେ ଥିବା ନିର୍ବାହୀ ଯନ୍ତ୍ରୀ ଅଥବା ଏସ୍ଡିଓ କିମ୍ବା କନିଷ୍ଠ ଯନ୍ତ୍ରୀ ଦୁର୍ବଳ କାମକୁ ନେଇ ତାଗିଦ୍ କରିବା ପରିବର୍ତେ ଅହେତୁକ ଅନୁକମ୍ପା ଦେଖାଇ ତ୍ରୁଟିପୂର୍ଣ୍ଣ ଦିଗ ପ୍ରତି ସ˚ପୂର୍ଣ୍ଣ ଆଖିବୁଜି ଦେଇଥିଲେ। ଫଳରେ ଏହି ତ୍ରୁଟିପୂର୍ଣ୍ଣ କ˚କ୍ରିଟ୍ ଖମ୍ବ ଉପରେ ଯେତେବେଳେ ସାଢେ଼ ୧୨ମିଟର୍ର ସ୍ଲାବ୍ ମ˚ଗଳବାର ପକାଗଲା, ତଳ ଦବି ଯାଇ ଭୁଶୁଡ଼ି ପଡ଼ିଲା। ତଦନ୍ତ ଅଧିକାରୀ ବି କାର୍ଯ୍ୟରେ ହୋଇଥିବା ଚରମ ଅବହେଳା ସ˚ପର୍କରେ ଅବଗତ ହୋଇଥିବାରୁ କେବେ ଖିଲାପି ଯନ୍ତ୍ରୀ ଏବ˚ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ତାରି ଉପରେ ସଭିଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/CHIEF-ENGINEER-TEAM_6.jpg)
