ବର୍ଷାରେ ଧୋଇଗଲା ପୋଲ; ୩ ଗ୍ରାମ ପ୍ରଭାବିତ, ଯୋଗାଯୋଗ ବିଚ୍ଛିନ୍ନ

ମୈଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତରା ପଞ୍ଚାୟତର ବାଣୁଆଗୁଡା ଓ ଚଚରାଗୁଡା ଗ୍ରାମକୁ ସଂଯୋଗ କରୁଥିବା ଏକ ପୋଲ ଆଜି ଅପରାହ୍ନ ୨ଟା ବେଳେ ସମ୍ପୂର୍ଣ ଭାବେ ଧୋଇ ହୋଇଯାଇଛି। ଫଳରେ ୩ଟି ଗ୍ରାମର ୫୦୦ରୁ ଉର୍ଦ୍ଧ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଅନୁସାରେ, ଗାଦବା କତରା ପଞ୍ଚାୟତର ଚଚରାଗୁଡା, ଗୁଡପାଣି ପଦର, ବାମନଭାସ ଗ୍ରାମ ଗୁଡିକ ବାଣୁଆଗୁଡ ନିକଟରେ ଥିବା ପୋଲ ଲଗାଣ ବର୍ଷା ଯୋଗୁଁ ସମ୍ପୂର୍ଣ ଭାବେ ଧୋଇ ହୋଇଯିବା ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି।

ଗ୍ରାମବାସୀ କୌଣସି କାର୍ଯ୍ୟରେ ପଂଚାୟତକୁ ଆସିବା କୁ ହେଲେ ପ୍ରାୟ ୧୦କିଲୋମିଟର ବୁଲିକି ଆସିବାକୁ ପଡିବା ସହ କାଦୁଅ ରାସ୍ତାରେ ଯିବାକୁ ପଡିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏହି ପୋଲଟି ତିଆରି ହେଲେ ପଂଚାୟତ କାର୍ଯ୍ୟାଳୟକୁ ୪କିମି ହେବ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ପୋଲକୁ ସଜାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଲଗୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାପଡାହାଣ୍ଡି ଠାରେ ଗତ ରାତ୍ର ଠାରୁ ଲଗାଣ ବର୍ଷା ଯୋଗୁଁ ୩ ସାହି ପାଣି ଘେରରେ ରହିଛନ୍ତି। ୩ଟି ସାହିର ୮୧ ଟି ଘର ଓ ୧୦ ଟି ଦୋକାନ ଭିତରେ ପଶିଲା ପାଣି। ଦୁଇରୁ ଅଧିକ ଘର ଭାଙ୍ଗିଥିବା ଜଣାପଡିଛି। ଶନିବାର ମଧ୍ୟ ରାତ୍ରରୁ ଅନବରତ ବର୍ଷା ଯୋଗୁଁ ତୁରୀ ନଦୀରେ ଜଳସ୍ତର ବଡିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ଷାରେ ହେଲେ ବିଶେଷ କରି ପାପଡାହାଣ୍ଡି ବସଷ୍ଟାଣ୍ଡ ଛକ ନିକଟରେ ଥିବା ହାଠ ପଦା ସାହିରେ ଥିବା ୩୦ ଘର ପାଇକ ସାହିରେ ୨୫ ଘର, ସତାନାମୀସାହିରେ ୨୦ ଘର ଓ ବସଷ୍ଟାଣ୍ଡ ଛକ ନିକଟରେ ରହିଥିବା ୬ ଘର ଘରେ ପାଣି ପୋଷିଛି। ସେହିପରି ବସଷ୍ଟାଣ୍ଡ ନିକଟରେ ରହିଥିବା ୧୦ ଦୋକାନରେ ମଧ୍ୟ ପାଣି ପଶିଛି। କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଏହି ତିନି ସାହି ବାସିନ୍ଦା ଓ ଦୋକାନ ମାଲିକ । ଗତ ତିନି ବର୍ଷ ପୂର୍ବେ ସିନ୍ଧି ପୋଖରୀ ପାଣି ନିଷ୍କାସନ ନିମନ୍ତେ ଡ୍ରେନ ନିର୍ମାଣ କରାଯାଇଥିଲା। କିନ୍ତୁ ଅଧିକ ବର୍ଷା ହେଲେ ଏହି ଡ୍ରେନ ପାଣି ଲୋକଙ୍କ ଘରେ ଘରେ ପଶିଯାଉଛି।

ସମ୍ବନ୍ଧିତ ଖବର