ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ପଞ୍ଚାୟତ ମାନପୁର ଗ୍ରାମ ନିକଟ କୁରେଇଯୋଡ଼ି ଆଡ଼ିବନ୍ଧର ଶାଖା କେନାଲରେ ଅଧିକ ପାଣି ଆସିବାରୁ ନୂଆଗାଁ ନିକଟରେ କେନାଲଟି ଭାଙ୍ଗିଯାଇଛି। ଫଳରେ ଗ୍ରାମର ସୁଦର୍ଶନ ପାତ୍ର, ଚୌଧୁରୀ ପାତ୍ର, ଦୁଷ୍ମନ୍ତ ପାତ୍ର ଓ ବିଚିତ୍ର ପାତ୍ରଙ୍କ ଦୁଇ ଏକରରୁ ଊର୍ଦ୍ଧ୍ବ ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି।

Advertisment

କିଛିଦିନ ତଳେ ଏହି ଚାଷୀମାନେ ଜମିରେ ତଳି ରୋଇଥିଲେ। କେନାଲ ଭାଙ୍ଗି ଜମିରେ ପାଣି ମାଡ଼ିଯିବାରୁ ଧାନତଳି ସବୁ ପଚି ଯାଇଥିବା ଚାଷୀମାନେ ଜଣାଇଛନ୍ତି। ବର୍ତ୍ତମାନ ପାଖରେ ଆଉ ଟଙ୍କା ନଥିବା ବେଳେ ପୁଣି ସେହି ଜମିରେ କିପରି ଚାଷ କରିବେ ତାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। କେନାଲ ମରାମତି ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।