ଭଙ୍ଗାଗଲା ଏସ୍‌ଡିଏମ୍‌ଓ କ୍ୱାର୍ଟର୍ସ

ଜୟପୁର: ଜୟପୁର ମୁଖ୍ୟରାସ୍ତାରେ ରହିଥିବା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବ୍ୟବହୃତ ବାସଗୃହକୁ ଆଜି ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ସେହିସ୍ଥାନରେ ଚାରି ଚକିଆ ଯାନ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବା ନେଇ ଟ୍ରାଫିକ ନିୟନ୍ତ୍ରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ ଉକ୍ତ ସ୍ଥାନରେ ଆଗାମୀ ଦିନରେ ହେବାକୁ ଥିବା ପଥୋତ୍ସବର ମଞ୍ଚ ତିଆରି ସ୍ଥାନ ନିରୁପଣ ହୋଇନଥିବା ବେଳେ ସେଠାରେ ମଞ୍ଚ ତିଆରି ପାଇଁ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏହି ବାସଗୃହ ଦୀର୍ଘଦିନ ହେବ ଅବ୍ୟବହୃତ ହୋଇ ପଡି ରହିଥିଲା। ଗତ ପୌରପାଳିକା ବୈଠକରେ ଏହି ଗୃହକୁ ଭଙ୍ଗାଯିବା ନିଷ୍ପତ୍ତିକୁ ଆଗତ କରାଯାଇଥିଲା।

ସମ୍ବନ୍ଧିତ ଖବର