ଆଦିବାସୀ ମହିଳାଙ୍କୁ ଝାଡ଼ୁ ଦେଇଛି ରୋଜଗାର

ବଲାଙ୍ଗୀର: ଆଦିବାସୀ ମହିଳାଙ୍କୁ ଝାଡ଼ୁ ଦେଇଛି ରୋଜଗାର । ବଲାଙ୍ଗୀର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ଏସଏଚଜି ମହିଳାମାନେ ଏକାଠି ହୋଇ ଝାଡ଼ୁ ତିଆରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି । ଗାଁର ଜୟ ଶିବଶକ୍ତି ଏସଏଚଜିର ୧୦ ଜଣ ମହିଳା ଏକାଠି ହୋଇ ଏପରି ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି ।

ଝାଡ଼ୁ ତିଆରି କରି ରୋଜଗାରକ୍ଷମ ହେଇପାରୁଛନ୍ତି ଆଦିବାସୀ ମହିଳା । ବଲାଙ୍ଗିର ବେଲପଡ଼ା ବ୍ଲକ ଘଗୁଳୀ ଗାଁର ଏସଏଚଜି ମହିଳାମାନେ ଜଙ୍ଗଲରୁ କଂଚାମାଲ ସଂଗ୍ରହ କରି ଝାଡ଼ୁ ପ୍ରସ୍ତୁତ କରୁଛନ୍ତି । ଏହାକୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଦିନକୁ ଜଣ ଜଣ ପିଛା ୫ରୁ ୬ଟି ଝାଡ଼ୁ ତିଆରି କରି ନିକଟସ୍ଥ ବଜାରରେ ବିକ୍ର କରୁଛନ୍ତି । ଗୋଟିଏ ଝାଡ଼ୁର ଦାମ ୪୦ ଟଙ୍କା ରହିଥିବା ବେଳେ ଦିନକୁ ୨୦୦ରୁ ୩୦୦ ଟଙ୍କା ରୋଜଗାର ହୋଇପାରୁଛି ।

 

ମହିଳାମାନେ ଏକାଠି ହୋଇ ଏପରି ଝାଡ଼ୁ ତିଆରି କରୁଥିବାରୁ ବେଶ ଉତ୍ସାହିତ ଅଛନ୍ତି । ତେଣୁ ତାଙ୍କ ନିର୍ମିତ ଝାଡ଼ୁ ବାହାର ଜିଲ୍ଲାରେ ବିକ୍ରି ହୋଇ ପାରିଲେ ଆହୁରି ଅଧିକ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ଝାଡ଼ୁ ପ୍ରସ୍ତୁତ କରୁଥିବା ମହିଳା ।

ସମ୍ବନ୍ଧିତ ଖବର