ଦଶରଥପୁର: ପିଉସୀ ଘରୁ ଯିବା ବାଟରେ ଛକି ବସିଥିଲା ଯମ । ଶୁଖିଲା ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି । ଭଦ୍ରକ ଜିଲ୍ଲା ଧାମନଗନର ଥାନା ଅନ୍ତର୍ଗତ ସୋହଡ଼ା ଗ୍ରାମର ଟୁକୁ ଦାଶଙ୍କ ଝିଅ ବର୍ଷାରାଣୀ ଦାଶ(୧୧) ଓ ପୁଅ ବାତୁଆ ଦାଶ(୫) ହାତ ଧରାଧରି ହୋଇ ଖୁସି ମନରେ ଶୁଖିଲା ନଦୀ ଆରପାଖ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଜୟନ୍ତରା ଗ୍ରାମରେ ଥିବା ପିଉସୀ ଘରକୁ ଆସୁଥିଲେ । ହେଲେ ବିଧିର ବିଧାନ ବିଚିତ୍ର ଥିଲା। ସେମାନେ ଦିନ ୧୨ଟାରୁ ଘରୁ ବାହାରି ଥିବା ବେଳେ ପିଉସୀ ଘରେ ପହଂଚି ନଥିବାରୁ ଉଭୟ ପରିବାର ଖୋଜାଖୋଜି କରିଥିଲେ ।
/sambad/media/post_attachments/wp-content/uploads/2021/04/0e13cebc-a2ee-42dd-ae1c-7baef111b184-1024x460.jpg)
ତେବେ ଅପରାହ୍ନ ସମୟରେ ନଦୀରେ ଏକ ବିଜୁ ସେତୁ ପାଇଁ ଖୋଳା ଚାଲିଥିବା ଗାତରେ ପଡ଼ି ଜୀବନ ହାରିଦେଲେ । କାରଣ ଗାତରେ ପାଣିଥିଲା ଏବଂ ଛୋଟ ପିଲା ହୋଇଥିବାରୁ ସେମାନେ ସେଠାରୁ କୌଣସି ପ୍ରକାରରେ ବାହାରକୁ ଆସିବା ପାଇଁ ବାଟ ପାଇପାରି ନଥିଲେ। ଉଭୟଙ୍କ ମୃତ୍ୟୁ ପରେ ମୃତଦେହ ପାଣିରେ ଭାସିବାରୁ ସ୍ଥାନୀୟ ଲୋକ ଏହା ଜାଣିବାକୁ ପାଇଥିଲେ । ବର୍ତ୍ତମାନ ମୃତକଙ୍କ ବାପା-ମା’ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ଅଂଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Sister-Dies-in-River_Thumbnail-1.jpg)