ନୂଆପଡ଼ା: ପାଣିରେ ବୁଡ଼ି ଭାଇ ଭଉଣୀ ମୃତ

ନୂଆପଡ଼ା: ଆଜି ସକାଳେ ଘର ପାଖରେ ଏକ ଚୁଆରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି।ମୃତ ଭାଇଭଉଣୀ ଦୁଇଜଣ ହେଉଛନ୍ତି ନୂଆପଡ଼ା ସହରର ୧୩ ନମ୍ବର ଓ୍ଵାର୍ଡର ମହୁଲଭଟ୍ଟା ଗ୍ରାମର ଉମାଶଙ୍କର ରଣାଙ୍କ ୧୪ ବର୍ଷ ଝିଅ ତେଜବାଇ ରଣା ଓ ୧୨ ବର୍ଷର ପୁଅ ଦୌଲତ ରଣା।
ଗୁରୁତର ଅବସ୍ଥାରେ ପରିବାରଲୋକେ ଉଭୟଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ପାଣିରେ ସାନଭାଇ ଦୌଲତ ବୁଡ଼ି ଯାଉଥିବା ଦେଖି ଭଉଣୀ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଗଭୀର ପାଣି ଭିତରକୁ ପଶି ଯାଇଥିିଲେ। ଫଳରେ ଉଭୟ ସେଠାରେ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧିତ ଖବର