ଭଦ୍ରକ,/ଆସୁରାଲି/କୋଠାର: ପାରିବାରିକ କଳହ ଗୋଟିଏ ପରିବାରକୁ ଦାରୁଣ ଦୁଃଖ ପହଞ୍ଚାଇଛି। ଦୁଇ ବାପାଙ୍କ କଳିରେ ଅତିଷ୍ଠ ଭାଇ ଭଉଣୀ ଶେଷରେ ଜୀବନ ହାରି ଦେଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର ଗାଁରେ। ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ନିକଟସ୍ଥ କୋଠାର କଚେରୀ ଦାଣ୍ଡ ନିକଟରେ ରହୁଥିବା ଦୁଇଭାଇ ଲକ୍ଷ୍ମୀଧର ବେହେରା ଏବଂ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ଜାଗାବାଡ଼ି ଆଦି ଘଟଣାକୁ ନେଇ ପୂର୍ବରୁ ବାଦାନୁବାଦର ଲାଗି ରହିଛି।
ଆଜି ସାନଭାଇ ବିଦ୍ୟାଧରଙ୍କ ଘର ଛପର କାମ ହେଉଥିଲା। ଛଣ କୁଟା ରଖିବାକୁ କେନ୍ଦ୍ରକରି ଲକ୍ଷ୍ମୀଧର ଏବଂ ବିଦ୍ୟାଧରଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ପେଲାଠେଲା ହାତାହାତି ଭଳି ପରିସ୍ଥିତି ଉପୁଜିଥିଲା। ପରିବାର ମଧ୍ୟରେ ବାରମ୍ବାର ଏଭଳି ବିଶୃଙ୍ଖଳା ଓ କଳି ଝଗଡାରେ ଅତିଷ୍ଠ ଥିଲେ ବିଦ୍ୟାଧର ବେହେରାଙ୍କ ପୁଅ ସନାତନ(୨୧)।ଆଜିର ଘଟଣାରେ ମାନସିକ ଭାରସାମ୍ୟ ହରାଇ ବସି ଯୁବକ ସନାତନ ସମସ୍ତଙ୍କ ଅଗୋଚରରେ ଘର ଗୁହାଳ ନିକଟରେ ବେକରେ ରଶି ଦେଇ ଝୁଲି ପଡିଥିଲେ। ଏକଥା ଘର ଲୋକେ ଜାଣିବା ବେଳକୁ ବିଳମ୍ବ ହୋଇ ସାରିଥିଲା। ରଶି କାଟି ସନାତନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏକଥା ପରେ ସାହି ଲୋକେ ମୃତ ସନାତନଙ୍କ ବଡ ବାପା ଲକ୍ଷ୍ମୀଧରଙ୍କୁ ଛି ଛାକର କରିଥିଲେ। ଏହା ଝିଅ ନିରୁପମା(୨୭)ଙ୍କୁ କଷ୍ଟ ଓ ଅପମାନ ଲାଗିଥିଲା। ସେ ମଧ୍ୟ ସାନ ବାପା ପୁଅ ଭାଇ ସନାତନଙ୍କୁ ଖୁବ ଭଲ ପାଆନ୍ତି। ଭାଇର ଆତ୍ମହତ୍ୟା ତାଙ୍କୁ ମାନସିକ ଭାବେ ବିଚଳିତ କରି ଦେଇଥିଲା। ନିରୁପମା ଏହା ଭିତରେ ଚରମ ନିଷ୍ପତ୍ତି ନେଇ ବାପାଙ୍କ ଅନୁପସ୍ଥିତିରେ ରଶି ବେକରେ ଭିଡି ଘରେ ଝୁଲି ପଡିଥିଲେ। ତାଙ୍କୁ ମୁର୍ମୁଷ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ସେ ବଞ୍ଚି ନଥିଲେ।
ଏହି ଅଭାବନୀୟ ଘଟଣା କୋଠାର ଗ୍ରାମବାସୀଙ୍କୁ ହତବାକ କରି ଦେଇଛି। ଧୂଷୁରୀ ପୁଲିସ ଦୁଇଟି ଶବ ଜବତ କରିବା ସହ ବ୍ଯବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ଏନେଇ ଦୁଇଟି ମାମଲା ରୁଜୁ ହୋଇଛି। ଶୋକାକୁଳ ପରିବେଶ ମଧ୍ୟରେ ମୃତ ଭାଇ ଭଉଣୀଙ୍କ ଯୂଇ ଶନିବାର ରାତିରେ ଗାଁ ମଶାଣିରେ ଏକାଠି ଜଳିଛି ।ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପରିବାରକୁ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)