ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ରକରି ଭିଣୋଇର ଶିଳପୁଆ ମାଡ଼ରେ ଶଳାର ମୃତ୍ୟୁ ହୋଇଛି। ଏମିତି ଅଭାବନୀୟ ଘଟଣା ଘଟିଛି ଗୋପବନ୍ଧୁପାଲୀ ପାଣ୍ଡି ନିକଟ ବସ୍ତିରେ। ମୃତକ ଜଣକ ହେଲେ ବମ୍ବମ୍ ଘୋଷ (୨୫)। ହତ୍ୟାକାରୀ ଭିଣୋଇ ନିର୍ମଳ ବାଡାକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳାଇଛି। ହତ୍ୟା ଘଟଣାରେ ପରେ ସ୍ଥାନୀୟ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତେଜିତ ପରିବାର ଓ ପଡୋଶୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମିଳିସୂଚନା ମୁତାବକ ବମ୍ବମ୍ ରିଙ୍ଗମିସ୍ତ୍ରୀ କାମ କରେ। ଶୁକ୍ରବାର ଦିନ ଭିଣୋଇ ନିର୍ମଳଙ୍କ ଗୋପବନ୍ଧୁପାଲୀ ପାଣ୍ଡି ନିକଟରେ ଦେଖା ହୋଇଥିଲା। କୌଣସି କଥାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଦୁହେଁ ପାଣ୍ଡି ନିକଟ ଘରକୁ ଯାଇଥିଲେ। ସେଠାରେ ନିର୍ମଳ ଘରୁ ଶିଳପୁଆ ଆଣି ବମ୍ବମ୍କୁ ଆକ୍ରମଣ କରିଥିଲା। ତଳେ ପଡିଯିବା ପରେ ନିର୍ମଳ ଶିଳପୁଆରେ ଛେଚି ବମ୍ବମ୍କୁ ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲା। ମୃତ ବମ୍ବମ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ଭଉଣୀ ଥାନାରେ ଲିଖିତ ଏତଲା ଦେଇଥିଲେ। କିଛି ସମୟ ପରେ ପ୍ଲାଣ୍ଟସାଇଟ୍ ପୁଲିସ ପହଞ୍ଚି ଭିଣୋଇ ନିର୍ମଳକୁ ଗିରଫ କରିଥିଲା। ମଦ ନିଶାରେ ନିର୍ମଳ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଶିଳପୁଆ ମାଡ଼ରେ ଶଳାର ମୃତ୍ୟୁ, ଭିଣୋଇ ଗିରଫ
/sambad/media/post_attachments/wp-content/uploads/2021/10/49dddf23-f283-4021-a11a-13660cc51c47.jpg)