ଭଉଣୀକୁ ଅସଦାଚରଣ କରିଥିବା ଯୁବକକୁ ଗୋଡେଇ ଗୋଡେଇ ହାଣି ହତ୍ୟା କଲା ଭାଇ

ଘୁ.ଉଦୟଗିରି: ଭଉଣୀକୁ ଅସଦାଚରଣ କରୁଥିବା ଯୁବକକୁ ଗୋଡେଇ ଗୋଡେଇ ହାଣି ହତ୍ୟା କଲା ଭାଇ | କନ୍ଧମାଳ ଜିଲ୍ଲାର ଚକାପାଦ ଅଞ୍ଚଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ଚକାପାଦ ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ସ୍କୁଲ ସମ୍ମୁଖରେ ଏକ ଯୁବକଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବାର ଦେଖିବାକୁ ମିଳିଥିଲା | ଏବାବଦରେ ଖବର ପାଇ ଆଜି ଚକାପାଦ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରିଥିଲେ।

ମୃତ ଯୁବକ ଜଣକ ଯଶୋବନ୍ତ ବେହେରା ଓ ସେ ବିବାହିତ ବୋଲି ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଯୋଗୁଁ ଯୁବତୀଙ୍କ ଭାଇ ଯଶୋବନ୍ତଙ୍କୁ ବିଚ ରାସ୍ତାରେ ଗୋଡେଇ ଆକ୍ରମଣ କରିଥିଲେ | ଆଉ ଯଶୋବନ୍ତଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍କୁଲ ସମ୍ମୁଖରେ ପଡି ତାଙ୍କର ମୃତ୍ୟୁ ହୋଇଛି |

ବର୍ତ୍ତମାନ ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର