ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କୁଆଖିଆ ଥାନା ପ୍ରଥମାଖଣ୍ଡ ପଂଚାୟତ ଦାମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ ଲେଙ୍କାଙ୍କ ଝିଅ ଶୁଭ୍ରା ସମ୍ଭାବନା (୧୫) ଦୁହେଁ ଏକ ସ୍କୁଟି ଯୋଗେ ଆଜି ଜାରକାରୁ ଘରକୁ ଫେରୁଥିବା ସମୟରେ ବାରବାଟୀ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ହିଁ ଶୁଭ୍ରା ସମ୍ଭାବନାଙ୍କର ମୃତ୍ୟୁ ଘଟିଥିବା ବେଳେ ରଂଜିତଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉଭୟ ସଂପର୍କୀୟ ଭାଇ ଭଉଣୀ ବୋଲି ଜଣାପଡିଛି । ଖବର ପାଇ ଧର୍ମଶାଳା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପଟେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଗାଡିକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/c03c1fdc-6222-4587-b469-5dbf74bda303.jpg)