ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟରେ ଥିବା ଖଡ଼ଖାଇ ନଈରେ ଗାଧୋଇବା ବେଳେ ଭାଇ-ଭଉଣୀ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରାୟ ୧ ଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବିଭାଗର କର୍ମଚାରୀମାନେ ଭାଇଭଉଣୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବିହାରର ମୂଳ ବାସିନ୍ଦା କିଛି ଲୋକ ନିକଟସ୍ଥ ରାଇରଙ୍ଗପୁର ନିକଟସ୍ଥ ଖଡ଼ଖାଇ ନଦୀ କୂଳରେ ଝୁମ୍ପୁଡ଼ି ଘର କରି ରୁହନ୍ତି। ସେମାନେ ସ୍ଥାନୀୟ ଅଞ୍ଚଳରେ ଫେରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଆଜି ୨୮ ବର୍ଷୀୟା ଭଉଣୀ ହୀନା ଓ ତାଙ୍କ ୧୦ ବର୍ଷର ଭାଇ ଗାଧୋଇବା ସହିତ ଲୁଗା ସଫା କରିବାକୁ ଖଡ଼ାଖାଇ ନଦୀକୁ ଯାଇଥିଲେ। ହୀନା ଲୁଗା ସଫା କରୁଥିବା ବେଳେ ତାଙ୍କ ସାନଭାଇ ନଦୀରେ ଗାଧୋଉଥିଲେ। ଏହି ସମୟରେ ହଠାତ ଭାଇଟି ନଦୀର ସ୍ରୋତରେ ଭାସିଯାଇଥିଲେ। ଭାଇ ବୁଡ଼ି ଯାଉଥିବା ଦେଖି ଭଉଣୀ ନଦୀକୁ ଡେଇଁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଉଭୟ ଭାଇ ଭଉଣୀ ନଦୀରେ ଭାସିଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ମୃତଦେହ ଦୁଇଟିକୁ ଉଦ୍ଧାର କରିଥିଲେ। ଉଭୟ ମୃତଦେହକୁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/drowning-copy.jpg)