ସୁନ୍ଦରଗଡ଼: ସୁନ୍ଦରଗଡ଼ର ସଦର ଥାନା ସୁବଲିୟା ନବରଙ୍ଗପୁରଟୋଲା ଗ୍ରାମରେ ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ଭଉଣୀ ନାମ ବର୍ଷା ଦଣ୍ଡସେନା (୧୩) ଓ ଭାଇ ନାମ ଅବିନାଶ ଦଣ୍ଡସେନା (୮) ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/08/3.jpg)
ସୂଚନାଯୋଗ୍ୟ, ନବରଙ୍ଗପୁରଟୋଲା ଗ୍ରାମରେ ପ୍ରଦୀପ ଦଣ୍ଡସେନାଙ୍କ ପରିବାର ବସବାସ କରନ୍ତି। ଗତକାଲି ରାତିରେ ପ୍ରଦୀନ ଦଣ୍ଡସେନା ତାଙ୍କ ପତ୍ନୀ, ଝିଅ ବର୍ଷା ଓ ପୁଅ ଅବିନାଶ ଖାଇପିଇ ବିଛଣାକୁ ଶୋଇବାକୁ ଯାଇଥିଲେ। ରାତିରେ ବିଛଣାରେ ଶୋଇଥିବା ଅବସ୍ଥାରେ ଦୁହିଁଙ୍କୁ କୌଣସି ଏକ ବିଷଧର ସାପ କାମୁଡି ଦେଇଥିଲା। ଫଳରେ ସକାଳେ ଭାଇଭଉଣୀ ଉଠିବା ପରେ ଦୁହିଁଙ୍କ ମୁଣ୍ଡ ବୁଲାଇ ଥିଲା। ପରିବାରଲୋକ ଭାଇଭଉଣୀଙ୍କୁ ସୁନ୍ଦରଗଡ଼ ହସ୍ପିଟାଲ୍ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା ସ୍ଥାନାନ୍ତର କରିଥିଲେ। ବୁର୍ଲା ନେବା ବାଟରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା। ଏକାଠି ପୁଅ-ଝିଅକୁ ହରାଇବା ପରେ ପ୍ରଦୀପ ଓ ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିବା ସହିତ ଗ୍ରାମରେ ଶୋକରଛାୟା ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/78hu.jpg)