ଯାଜପୁର: ଯାଜପୁର ସହରରେ ଜଣେ ଯୁବ ଡାକ୍ତର ନିଗମାନନ୍ଦ ଖଟୁଆ ବ୍ରାଉନସୁଗାର ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିଛି । ତାଙ୍କଠାରୁ କିଣି ବ୍ୟବସାୟ କରୁଥିବା ୨ ଜଣଙ୍କଠାରୁ ୨୫.୨ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଯାଜପୁର ଟାଉନ ଥାନା ପୁଲିସ। ଏକ ଡେଣ୍ଟାଲ କ୍ଲିନିକ୍ ଚଳାଉଥିବା ଦାନ୍ତଡାକ୍ତର ଜଣକ ବ୍ରାଉନସୁଗାର ବେପାରର ମୁଖ୍ୟ କାର୍ପଟଦାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଯାଜପୁର ଟାଉନ ଥାନା ମହାବୀର ଛକରେ ତାଙ୍କର କ୍ଳିନିକ ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଗତକାଲି ସୁନ୍ଦରେଇ ମୁହଁ ଛକ ନିକଟରେ ବ୍ରାଉନସୁଗାର ବିକୁଥିବା ବେଳେ ଗିରଫ ହୋଇଥିଲେ ଅଭିଯୁକ୍ତ। ଏହି ଘଟଣାରେ ପୁଲିସ ଡାକ୍ତରଙ୍କଠାରୁ ବ୍ରାଉନସୁଗାର କିଣି ବେପାର କରୁଥିବା ଟାଉନ ଥାନା ଅଞ୍ଚଳରେ ସନ୍ଦୀପ କୁମାର ମଲ୍ଲିକ ଓ ରକ୍ଷାକର ଦୀକ୍ଷିତଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ନେଇ ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/48524c16-5a9a-418d-9657-a726fffbbe08.jpeg)