୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସମେତ ସ୍କୁଟି , ବାଇକ ଓ ୪୮ ହଜାର ଟଙ୍କା ଜବତ , ଦୁଇ କୁଖ୍ୟାତ ବେପାରୀ ଗିରଫ

ବାଲିଅନ୍ତା :କମିସନରେଟ ପୁଲିସର କ୍ୟୁଏଟି ଟିମ ଓ ବାଲିଅନ୍ତା ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଆଜି ଦୁଇଜଣ ଚୋରା ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଦୁଇ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଦ୍ବୟ ହେଲେ ପାହାଳ ଫାଣ୍ଡି ଅଧୀନ ଜଗନ୍ନାଥପୁର ଗ୍ରାମର ବାପି ନାୟକ ଓରଫ ଭଞ୍ଜ(୨୭) ଓ ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ ରହୁଥିବା ଏସକେ ଜାମସେଦ(୩୦)।

କୋର୍ଟରେ ଉଭୟ ବାପି ଓ ଜାମସେଦର ଜାମିନ ନାମଂଜୁର ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବାଲିଅନ୍ତା ଥାନାରେ ନଂ ୧୯୪/୨୧ ରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଠାରୁ ପୁଲିସ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି।ଏଥିସହିତ ନଗଦ ୪୮ ହଜାର ୫୩୦ ଟଙ୍କା , ଗୋଟିଏ ସ୍କୁଟି , ମୋଟର ସାଇକେଲ ଓ ୪ଟି ଦାମୀ ମୋବାଇଲ ଫୋନ ସହିତ ଅନ୍ୟ କିଛି ବ୍ରାଉନ ସୁଗାର ବ୍ୟବସାୟୀଙ୍କ ନାମ ଓ ଠିକଣା ଲେଖା କାଗଜ ଜବତ କରିଛି। ଚିଠାରେ ଲେଖାଥିବା ଅନ୍ୟ ସନ୍ଦିଗ୍ଧ ବ୍ୟବସାୟୀଙ୍କୁ ଧରିବା ପାଇଁ ତଦନ୍ତକାରୀ ପୁଲିସ ଅଧିକାରୀ ଚଢ଼ାଉ ଜାରି ରଖିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାପି ଓ ଜାମସେଦ ‌ଦୁଇଜଣଯାକ ପେସାଦାର ଚାରା ବ୍ରାଉନସୁଗାର ବ୍ୟବସାୟୀ। ସେମାନଙ୍କ ସହ ଆଉ କିଛି ବେପାରୀ ସଂପୃକ୍ତ ଅଛନ୍ତି। ଥାନା ଅଧିକାରୀ ପ୍ରଦୀପ କୁମାର ରାଉତଙ୍କ ସୂଚନା ଅନୁଯାୟୀ ବାପି ଓ ଜାମସେଦ ଦୁଇଜଣଯାକ ପେସା‌ଦାର ଚୋରା ବ୍ରାଉନସୁଗାର ବ୍ୟବସାୟୀ। ବାଲିଅନ୍ତା ହାଟପଡ଼ିଆ ସମେତ ଅଟଳାଗଡ଼ା ଆଦି ଅଞ୍ଚଳରେ ସେମାନେ ବ୍ୟବସାୟ କରିଥାନ୍ତି। ଏଥିସହିତ କଟକ ସଦର ଥାନା ଓ ଭୁଚବନେଶ୍ବର ଏକାଧିକ ଥାନା ଅଞ୍ଚଳରେ ବେଧଡ଼କ ବ୍ରାଉନସୁଗାର କାରବାର ଚଳାଇଥାନ୍ତି। ଆଜି ଭୋର ସମୟରେ ଟ୍ରେନରେ ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଉପରୋକ୍ତ ପରିମାଣର ବ୍ରାଉନସୁଗାର ଆଣି ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ବାଇକ ଓ ସ୍କୁଟିରେ ଦୁହେଁ ବାହାରିଥିଲେ। କୌଣସି ସୂତ୍ରରୁ ଖବର ପାଇ କ୍ୟୁଏଟି ପୁଲିସ ଟିମ ସେମାନଙ୍କୁ ପିଛା କରିଥିଲେ। ପୁଲିସ ପିଛା କରୁଥିବା ଜଶଣିପାରି ବାପି ଓ ଜାମସେଦ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ବାଲିଅନ୍ତା‌ ଥାନା ଅଧିକାରୀ ଶ୍ରୀ ରାଉତଙ୍କ ତତ୍ବାବଧାନରେ ବାଲିଅନ୍ତା ଥାନା ଅଧୀନ ଅଟଳା ରାସ୍ତାରେ ଉଭୟ ପୁଲିସ ଟିମ ସେମାନଙ୍କୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର