ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ସହରର ସାମନ୍ତରାପୁରରେ ଚଢ଼ଉ କରାଯାଇ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯିବା ସହ ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ବିଶ୍ୱସ୍ତସୂତ୍ରରୁ ସୂଚନା ପାଇଁ ଆଜି ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ସାମନ୍ତରାପୁରରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ସ୍ୱପ୍ନେଶ୍ୱର ସାହିର ସ୍ୱର୍ଣ୍ଣଲତା ବେହେରା (୪୦)ଙ୍କ ଠାରୁ ୨୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା । ଏନେଇ ସୂଚନା ଦେଇ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ କହିଛନ୍ତି ଯେ ଜବତ ବ୍ରାଉନ୍ସୁଗାର ଆନୁମାନିକ ମୂଲ୍ୟ ୨ଲକ୍ଷ ୧୦ହଜାର ଟଙ୍କା ହେବ । ଏହା ସହ ବ୍ରାଉନ୍ସୁଗାର ବିକ୍ରିଲବ୍ଧ ୫୩୦୦ଟଙ୍କା ନଗଦ ମଧ୍ୟ ମହିଳାଙ୍କ ଠାରୁ ଜବତ କରାଯାଇଛି । ଏନେଇ ୭୬/୨୦୨୧-୨୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଚଢ଼ଉରେ ସେ ନିଜେ, ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ଅବକାରୀ ଓଆଇସି ବି ମନୋଜ କୁମାର ଓ ଅନ୍ୟ ଅବକାରୀ କର୍ମଚାରୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର