ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆଜି ବରୁଣେଇ ରାସ୍ତାରୁ ଜଣେ ଯୁବକଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ପ୍ରାୟ ୬ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଛି । ଆଜି ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍ର ଏସ୍ଆଇ ବି ମନୋଜ କୁମାର, ଖୋର୍ଦ୍ଧା ଓଆଇସି ରଂଜନ କୁମାର ଦାସ, ବେଗୁନିଆ ଓଆଇସି ରାଜେନ୍ଦ୍ର ସେସ ଓ ଅନ୍ୟ ଅବକାରୀ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବରୁଣେଇ ନିକଟରେ ଚଢ଼ଉ କରିଥିଲେ । ଚଢ଼ଉରେ ଜଟଣୀ ଖୁଦୁପୁରର ଲୋକନାଥ ପ୍ରଧାନ (୨୭)ଙ୍କ ନିକଟରୁ ୫୬ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଥିଲା । ଜବତ ସାମଗ୍ରୀର ମୂଲ୍ୟ ଆନୁମାନିକ ୫ଲକ୍ଷ ୬୦ହଜାର ଟଙ୍କା ହେବ । ଏନେଇ ଅବକାରୀ ଥାନା ୧୨୬/୨୦୨୨-୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।