ଅବକାରୀ ବିଭାଗ ଜବତ ‌କଲା ୧୫୦ ଗ୍ରାମ ବ୍ରାଉନସୁଗାର

ପୁରୀ: ପୁରୀ ଅବକାରୀ ବିଭା‌ଗକୁ ମିଳିଛି ସଫଳତା। ଜବତ ‌କଲା ୧୫୦ ଗ୍ରାମ ବ୍ରାଉନସୁଗାର। ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ। ସୂଚନାଅନୁଯାୟୀ, ପୁରୀ ଅବାକରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁଙ୍କ ତତ୍ବାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମର ଚଢ଼ଉ ସମୟରେ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି ଅବକାରୀ ବିଭାଗ। ଅଭିଯୁକ୍ତ ଜଣକ କଟକ ଜିଲ୍ଲା ନିଆଳି ନଲଟାପରି ଗ୍ରାମର ମଲ୍ଲିକ ଅବଦୁଲ ଗଫାର(୩୮)। ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମାହଲ ଛକରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବା‌ବେଳେ ୧୫୦ ଗ୍ରାମ ବ୍ରାଉନସୁଗାର (ହେରୋଇନ) ଜବତ କରାଯାଇଛି।

କୋଣାର୍କ ଅବକାରୀ ଥାନା କେସ ନଂ -୧୩୪/୨୨-୨୩ କେସ ରୁଜୁ କରି କୋର୍ଟ ଚାଲାଣ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୫,୦୦୦୦୦ (ପନ୍ଦର ଲକ୍ଷ) ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ଉରେ ଅବକାରୀ ଏସଆଇ ନାରାୟଣ ବେହେରା, ଏସଆଇ ଲୋକନାଥ ପାତ୍ର, କର୍ମଚାରୀ ସବିତା ସାହୁ, ଫିରୋଜ ମହାନନ୍ଦିଆ, ବିଶ୍ୱଜିତ ମହାପାତ୍ର ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର