ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଧୀନ ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୪୧ ଗ୍ରାମ ବ୍ରାଉନସୁଗାର ସହ ଜଣେ ଯୁବକକୁ ଗିରଫ କରାଯାଇଛି। ଖୋର୍ଦ୍ଧା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ମଙ୍ଗଳବାର ସକାଳେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍ର ଏସ୍ଆଇ ରୋହିତ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ଉପୟୁକ୍ତ ସ୍ଥାନରେ ଚଢ଼ଉ କରାଯାଇଥିଲା।
ଯାଞ୍ଚ ବେଳେ ଗୁରୁଜଙ୍ଗ ଦ୍ବାରିକା ନଗର ସାହିର ବଳଭଦ୍ର ବେହେରା (୩୨) ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଏନେଇ ଖୋର୍ଦ୍ଧା ଅବକାରୀ ଥାନା ୬୬/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ୧୦ ହଜାର ଟଙ୍କା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Borwnsugar-case-Khordha-Excise.jpeg)