ପୁରୀ: ଖୋର୍ଧା ଆଡୁ ପୁରୀ ଅଭିମୁଖେ ବ୍ରାଉନ ସୁଗାର ନେଇ ଯାଉଥିବା ୨ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ସତ୍ୟବାଦୀ ଥାନା ପୁଲିସ ଶନିବାର ଗିରଫ କରିଛି।
ସୂଚନାଯୋଗ୍ୟ, ଆଜି ୨ଜଣ ମହିଳାଙ୍କ ସମେତ ୫ଜଣ ୩୦୧ ଗ୍ରାମ ଓଜନର ବ୍ରଉାନ ସୁଗାର ଧରି ଖୋର୍ଧାରୁ ପୁରୀ ଅଭିମୁଖେ ବେପାରୀଙ୍କୁ ଦେବା ପାଇଁ ଯାଉଥିଲେ। ବିଶେଷ ସୂତ୍ରରୁ ସତ୍ୟବାଦୀ ଥାନା ପୁଲିସ ଏହି ବ୍ରାଉନ ସୁଗାର ଚାଲାଣ ହେଉଥିବା ସୂଚନା ପାଇବା ପରେ ୫ଜଣ ଚାଲାଣକାରୀଙ୍କ ଉପରେ ପଟ୍ଟନାଇକିଆ ଛକ ଉପରେ ଅତର୍କିତ ଚଢ଼ାଉ କରି ଗିରଫ କରିଥିଲା। ଏଥିସହିତ ପୁଲିସ ସେମାନଙ୍କ ଠାରୁ ୩୦୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/f9d86e78-5029-42ea-abe5-231039765bed.jpg)