ଧାମରା ବନ୍ଦର ରେଳପଥର ଠାରେ ୭୦ ଗ୍ରାମର ବ୍ରାଉନ ସୁଗାର ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁଲିସ ଧାମରା ବନ୍ଦର ରେଳପଥର ଭଟତିରା ଲେବୁଲ୍‌ କ୍ରସିଂ ନିକଟରେ ବ୍ରାଉନ ସୁଗାର ବେପାର ହେଉଥିବା ବେଳେ ୭୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ସାବରଙ୍ଗ ଥାନା ପୁଲିସ। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ଜବତ କରାଯାଇଛି। ଖବର ଅନୁଯାୟୀ, ବାଇକ ଦ୍ୱାରା ବ୍ରାଉନ ସୁଗାର ବେପାର କରିବାକୁ ନେଇ ଯାଉଥିବା ସମୟରେ ଭଟତିରା ଲେବୁଲ କ୍ରସିଂ ନିକଟରେ ସାବରଙ୍ଗ ଥାନା ପୁଲିସ ଏହି ଦୁଇ ଯୁବକଙ୍କୁ ସନ୍ଦେହ ଅବସ୍ଥାରେ ପଚରା ଉଚୁରା କରିବା ସହ ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ ଯୁବକଙ୍କ ନିକଟରୁ ବ୍ରାଉନ ସୁଗାର ଜବତ ହୋଇଥିଲା। ଏହି ଯୁବକ ଦ୍ୱୟ ଜଳେଶ୍ଵରରୁ ବ୍ରାଉନ ସୁଗାର ନେଇ ଆସୁଥିବା ଜଣାପଡିଛି। ଜବତ ହୋଇଥିବା ୭୦ ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ଅଜୟ ଦାସର ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ସତ୍ୟନାରାୟଣ ଆଚାର୍ଯ୍ୟର ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର