୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ ବ୍ରାଉନ ସୁଗାର କାରବାର କରୁଥିବା ନିଶା ବେପାରୀମାନଙ୍କ ଉପରେ ସ୍ୱତନ୍ତ ଦୃଷ୍ଟି ଦେଇଛି ଉଭୟ ଭଦ୍ରକ ଜିଲ୍ଲା ପୁଲିସ ଓ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ସେଥିପାଇଁ ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଚଢ଼ାଉ ଜାରି ରଖିଛନ୍ତି ଭଦ୍ରକ ଜିଲ୍ଲା ପୁଲିସ ଓ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଭଦ୍ରକରୁ କଟକ ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ଯୁବକଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ ଜଣେ ଯୁବକଙ୍କୁ ପିଛାକରି ତାଙ୍କ ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦାର ଏକ ୧୧ ଜଣିଆ ସ୍ୱତନ୍ତ୍ର ଟିମ।

ଗିରଫ ଯୁବକ ହେଲେ ନଳାଙ୍ଗ ଅଞ୍ଚଳର ତ୍ରିଲୋଚନ ନାୟକ। ସେ ଆଜି ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଭଦ୍ରକ ଜିଲ୍ଲାରେ କାରବାର କରିଥାଆନ୍ତେ ବୋଲି ଜଣାପଡ଼ିଛି। ତେବେ ଅବକାରୀ ଗୁଇନ୍ଦା ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର