ବାଲେଶ୍ୱରରେ ମାଛ ପେଟରେ ହେଉଛି ଧଳା ପାଉଡର ବ୍ୟବସାୟ !

ବାଲେଶ୍ୱର: ବାଲେଶ୍ୱରର ବିଭିନ୍ନ ଛକ, ଗଳିକନ୍ଦି ଆଉ ଦୋକାନ ବଜାରରେ ଧଳା ପାଉଡର ବିକ୍ରି ହେଉଛି । ଅରଡ ବଜାର ବ୍ରାଉନସୁଗାରର ପେଣ୍ଠସ୍ଥଳ କୁହାଯାଉଥିବା ବେଳେ ଅନ୍ୟସ୍ଥାନରେ ମଧ୍ୟ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି ହେଉଥିବା ଅଭିଯୋଗ ହେଉଛି । ତେବେ ଗୋଟିଏ କିମ୍ବା ଦୁଇଟି ଦୋକାନ ଛାଡି ଅନ୍ୟଏକ ଦୋକାନରେ କୋଡ ୱାଡ୍‌ କହିଦେଲେ ଆରାମରେ ଧଳା ପାଉଡର ମିଳି ଯାଉଥିବା ସୂଚନା ମିଳିଛି ।

ଗତକାଲି ସକାଳେ ସକାଳେ ବାଲେଶ୍ୱରରୁ ୧.୬୫କୋଟି ଟଙ୍କାର ବ୍ରାଉନସୁଗାର ଜବତ ହେବା ପରେ ବ୍ରାଉନସୁଗାର ବଳୟରେ ବାଲେଶ୍ୱର ରହିଥିବା ସ୍ପଷ୍ଟ ହୋଇଛି । ବ୍ରାଉନସୁଗାର କାରବାର ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୪ ଜଣଙ୍କ ମଧ୍ୟରୁ ୩ ଜଣ ଅରଡ ବଜାରର ହୋଇଥିବା ବେଳେ ଜଣଙ୍କ ଘର ଜଳେଶ୍ୱର ଫୁଲାଡି ଅଞ୍ଚଳର।  ସମସ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ମାଛ ବେପାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି । ସମ୍ଭବତଃ ଏମାନେ ମାଛ ପେଟରେ ବ୍ରାଉନସୁଗାର କାରବାର କରୁଥିବା ସନ୍ଦେହ କରାଯାଉଛି । ୨୦୧୭ରେ କିଲେରୁ ଦୁଇ କିଲୋ ବ୍ରାଉନସୁଗାର ଜବତ ହୋଇଥିଲା । ପୂର୍ବରୁ ବିଭିନ୍ନ ଉପାୟରେ, ବିଭିନ୍ନ ସାମଗ୍ରୀରେ ବ୍ରାଉନସୁଗାର ଚାଲାଣ ହୋଇଥିବା କଥାକୁ ପୁଲିସ ପର୍ଦ୍ଦାଫାଶ କରିଛି।

ସମ୍ବନ୍ଧିତ ଖବର