ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପତିପୁର-ମନ୍ଦାକିନୀ ନଦୀ ପଠାରୁ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ବେପାରୀକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ରଣପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ ଗାଁର ପ୍ରକାଶ ଚନ୍ଦ୍ର ବେହେରା (୩୮) ଦୀର୍ଘ ଦିନ ଧରି ରଣପୁର ଓ ଆଖପାଖ ଅଚଂରେ ବ୍ରାଉନସୁଗାରର କାୟା ବିସ୍ତାର କରିଚାଲିଥିଲା।
ବିଶେଷ ସୂତ୍ରରୁ ଖବର ପାଇ ରଣପୁର ପୁଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ ମିଳିତ ପ୍ରୟାସରେ ଗତକାଲି ବିଳମ୍ବିତ ରାତି ସାଢେ ୧୨ ଟାରେ ଚମ୍ପତିପୁର-ମନ୍ଦାକିନୀ ନଦୀ ପଠାରେ ଚଢଉ କରି ପ୍ରକାଶକୁ ଗିରଫ କରିଥିଲେ। ଏଥିରେ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା, ସେକେଣ୍ଡ ଅଫିସର ପ୍ରିତିପ୍ରକାଶ ମହାନ୍ତି ଓ ଏସ.ଟି.ଏଫ ଫୋର୍ସ ପ୍ରମୁଖ ସାମିଲ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/f854f64b-3590-415a-9cc7-c9817049ca15.jpg)