ବାଲେଶ୍ୱର: ସହଦେବଖୁଣ୍ଟା ଥାନା ପୁଲିସ ଶନିବାର ସନ୍ଧ୍ୟାରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସଗର ଜବତ କରିଛି। ବ୍ରାଉନସୁଗର ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଟିମ୍‌ ଅଡବାବଜାରରେ ଅଚାନକ ଚଢ଼ାଉ କରିଥିଲା। ସେହି ସମୟରେ ଅଭିଯୁକ୍ତମାନେ ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଘଟଣାସ୍ଥଳରୁ ପୁଲିସ ପ୍ରାୟ ଏକ କିଲୋରୁ ଅଧିକ ଓଜନର ବ୍ରାଉନସୁଗର ଜବତ କରିଛି। ଜବତ ହୋଇଥିବା ବାଉନସୁଗର ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Advertisment

ଘଟଣା ସଂପର୍କରେ ପୁଲିସ ମୁହଁ ଖୋଲି ନାହିଁ। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସାମ୍ବାଦିକ ସମ୍ବିଳନୀରେ ରବିବାର ପୁଲିସ ସମସ୍ତ ଘଟଣାକ୍ରମ କହିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ବାଲେଶ୍ୱରକୁ ବ୍ରାଉନସୁଗରର ପେଣ୍ଠ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ଅନେକ ସମୟରେ ଏଠାରୁ ରାଜଧାନୀ ଭୁବନେଶ୍ୱର ଓ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବ୍ରାଉନସୁଗର ଚାଲାଣ କରାଯାଇଛି। ପୂର୍ବରୁ ଅଭିଯୁକ୍ତମାନେ ମଧ୍ୟ ଅନେକ ସମୟରେ ଧରାପଡ଼ିଛନ୍ତି।