ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ଜଣେ ମହିଳା ଗିରଫ

ଖୋର୍ଦ୍ଧା: ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଜିଲ୍ଲା ଅବକାରୀ ଇନସକ୍ଟର ଭୈରବ ସାହୁ ଏନେଇ ସୂଚନା ଦେଇ କହିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ସାମନ୍ତରାପୁର ଠାରେ ଅବକାରୀ ଭ୍ରାମ୍ୟମାଣ ୟୁନିଟ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ସାମନ୍ତରାପୁରର ପଦ୍ମା ଘଟୁଆଳଙ୍କ ନିକଟରୁ ୧୬ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୬୦ ହଜାର ଟଙ୍କା ହେବ ଏନେଇ ୬/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଆଜିର ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଭ୍ରାମ୍ୟମାଣ ୟୁନିଟ୍‌ ଇନ୍ସପେକ୍ଟର ସସ୍ମିତା ହେତା, ଟାଙ୍ଗି ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ ଓ ଅନ୍ୟ ଅବକାରୀ ପୁଲିସ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର