ଭଦ୍ରକରୁ ୧କୋଟି ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭଦ୍ରକ: ଭଦ୍ରକର ପିଛା ଛାଡୁନି ଧଳା ଜହର । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ୧ କିଲୋ ୩୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୧କୋଟି ୩ଲକ୍ଷ ଟଙ୍କା ହେବ । ଏହି କାରବାରରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁରର ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ।

ବ୍ରାଉନ ସୁଗାର ଚାଲାଣ ବିଷୟରେ ପୁଲିସ ଆଗରୁ ଖବର ପାଇଥିଲା। ପରେ ଭଦ୍ରକ ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଚେକିଂ କରିବା ସମୟରେ ଦୁଇ ଜଣ ଏକ ବାଇକରେ ଆସୁଥିବା ସମୟରେ ପୋଲିସ ସେମାନଙ୍କୁ ଧରିପକାଇଥିଲା । ଚେକିଂ କରି ଅଭିଯୁକ୍ତଙ୍କ ଠାରୁ ପୁଲିସ ବ୍ରାଉନସୁଗାର ଜବତ କରିଛି । ସେମାନଙ୍କ ଠାରୁ ୨ ଟି ମୋବାଇଲ ଫୋନ୍ ଓ ଗୋଟିଏ ବାଇକ୍ ଜବତ କରିଛି। ଏମାନଙ୍କ ନାମରେ ଥାନାରେ ୪୪୨/୨୧ରେ ମାମଲା ରୁଜୁ କରି ପୁଲିସ ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରିଛି। । ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର