ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଅଞ୍ଚଳରୁ ୩୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ବ୍ରାଉନ ସୁଗାର ଜବତ ଘଟଣାରେ ଅଭିଯୁକ୍ତ ମନୋରଜନ ମଲ୍ଲିକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ୩୩୦ ଗ୍ରାମର ବ୍ରାଉନ ସୁଗାର, ଏକ ସାମ୍ସଙ୍ଗ ମୋବାଇଲ ଫୋନ୍ ଓ ଗୋଟିଏ ଗ୍ଲାମର ମଟର ସାଇକେଲ ( ନମ୍ବର- ଓଡି-୨୨-ଏସ-୭୯୨୫) କୁ ପୁଲିସ ଜବତ କରିଛି।
ସୂଚନାରୁ ପ୍ରକାଶ ଯେ, ଗତକାଲି ସଂଧ୍ୟା ସମୟରେ ବାଲେଶ୍ବରର ଜଳେଶ୍ବର ଅଞ୍ଚଳରୁ ଜଣେ ବ୍ରାଉନ ସୁଗାର ମାଫିଆ ଗ୍ରାଉନ୍ ସୁଗାର ଆଣି ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ମନୋରଂଜନ ମଲ୍ଲିକ(୩୨)ଙ୍କୁ ୩୩୦ ଗ୍ରାମର ବ୍ରାଉନ୍ ସୁଗାର ହସ୍ତାନ୍ତର କରିଥିଲା। ମନୋରଂଜନ ଏଇ ବ୍ରାଉନ୍ ସୁଗାର ନେଇ ନିଜର ମଟର ସାଇକେଲରେ ଯାଉଥିଲା। ଭଦ୍ରକ–ଚାନ୍ଦବାଲି ରାସ୍ତାର ହଳହୀଡିହ ବାଇପାସ୍ ଓ କାରମେଲ ସ୍କୁଲ ଛକ ମଝି ରାସ୍ତାରେ ଗ୍ରାହକକୁ ବ୍ରାଉନ ସୁଗାର ଦେବାକୁ ଯୋଜନା କରିଥିଲା। ବ୍ରାଉନ ସୁଗାର ନେଇ ଏଇ ରାସ୍ତାରେ ଯାଉଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ଚଢାଉ ବେଳେ ମନୋରଂଜନଙ୍କ ନିକଟରୁ ୩୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା। ଯାହାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।
ପୁରୁଣା ବଜାର ପୁଲିସ ଅଭିଯୁକ୍ତ ମନୋରଂଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି। ତଦନ୍ତ ଚାଲିଥିବାରୁ ଜଳେଶ୍ବରର ବ୍ରାଉନ୍ ସୁଗାର ମାଫିଆଙ୍କ ନାମ ପୁଲିସ ଗୋପନ ରଖିଛି। ଭଦ୍ରକ ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ବ୍ରାଉନ୍ ସୁଗାର ମାଫିଆ ମାତିଥିବା ବେଳେ ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏଇ ସବୁ ବ୍ରାଉନ ସୁଗାର ମାଫିଆଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ସୂଚନା ମିଳିଛି। ବିଶେଷକରି ପୁରୁଣାବଜାର, ବାଇପାସ୍, ହଳଦୀଡିହ, ଚରମ୍ପା ଷ୍ଟେସନ ବଜାର, ରାଣୀତାଲ ବଜାର, ଭଦ୍ରକର ନୂଆବଜାର ସାଳନ୍ଦୀ ନଦୀବନ୍ଧ, ଅପର୍ତ୍ତିବିନ୍ଧା, ଆରଡିଛକ, ବନ୍ତଛକ, ନୂଆ ବସଷ୍ଟାଣ୍ଡ ଛକ ଅଞ୍ଚଳରେ ବ୍ରାଉନ୍ ସୁଗାର ମାଫିଆ ଆଡ୍ଡା ଜମେଇ ରହିଛନ୍ତି। ଏଇସବୁ ସ୍ଥାନରେ ପୁଲିସର ଚଢାଉ ଜୋରହାର କରାଯିବ ବୋଲି ସୂଚନା ମିଳିଛି। ଭଦ୍ରକ ଏବେ ଚୋରା ମଦ ଓ ବ୍ରାଉନ ସୁଗାର ବେପାରର ଆଡ୍ଡାସ୍ଥଳ ପାଲଟିଥିବା ବେଳେ ପୁଲିସ ଏଇସବୁ ମାଫିଆଙ୍କ ଆଡ୍ଡା ଉପରେ ଚଢାଉ କରିବ ବୋଲି ଯୋଜନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/brown-sugar-odisha-bytes-1.jpg)