ପୁରୀ: ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି କଣାସ ପୁଲିସ | ଏହି ଦୁଇ ଜଣ ବେପାରୀ ହେଉଛନ୍ତି ଖୋର୍ଦ୍ଧା ମୁକ୍ତାପୁରର ମହେନ୍ଦ୍ର ବେହେରା ଓ ଖୋର୍ଦ୍ଧା ବେଗୁନିଆର ଶିଶିର ମହାନ୍ତି | ପୁଲିସ ଏମାନଙ୍କ ନିକଟରୁ ୧୦୮ ଗ୍ରାମ ଧଳା ଜହର ସହ ୯ ହଜାର ଟଙ୍କା, ୨ଟି ମୋବାଇଲ ଫୋନ, ଗୋଟିଏ ବାଇକ ଜବତ କରିଛି |
ସୂଚନା ଥାଉ କି ଏମାନେ ବହୁଦିନ ଧରି ବ୍ରାଉନସୁଗାର ବେପାର କରୁଥିବାବେଳେ ପୁଲିସ ଏମାନଙ୍କ ଉପରେ ନଜର ରଖିଥିଲା | ଗତକାଲି ଏମାନେ ଦୟାବ୍ରିଜ ନିକଟରେ ଗରାଖଙ୍କ ଅପେକ୍ଷାରେ ଥିବାବେଳେ କଣାସ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା | ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/31e596b0-06ee-452d-b15a-90ca165d0ddf.jpg)
