୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ବଦ୍ଧଶବର ସାହିର ବିଜୟ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ବ୍ରାଉନସୁଗାର ବ୍ୟବସାୟ ଚାଲୁଥିବା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶରେ ଏସଡିପିଓ ଦିଲିପ କୁମାର ଦାସ ଓ ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା ।

ଆଜି ଅପରାହ୍ଣ ପ୍ରାୟ ଗୋଟାଏବେଳେ ଟିମ୍ ନିର୍ଦ୍ଧାରିତ ସ୍ଥାନରେ ଚଢ଼ାଉ କରିଥିଲା । ଘରେ ଥିବା ଘର ମାଲିକ ବିଜୟ ମହାନ୍ତି (୩୩), ଗଞ୍ଜାମ ରମ୍ଭାର ଅମିତ କୁମାର ସାହୁ (୩୫), ଜମାଦେଈ ହାଉସିଂ ବୋର୍ଡ କଲୋନୀର ଆକାଶ ସେଠୀ (୨୧)ଙ୍କୁ ଯାଂଚ କରିବା ସମୟରେ ସେମାନଙ୍କ ନିକଟରୁ ୫୩ ଗ୍ରାମ ବ୍ରାଉନସୁଗାର ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଏନେଇ ୬୫୪/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର