ପୁରୀ: ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ଓମଫେଡ ଛକ ସବରେଜିଷ୍ଟ୍ରାର ନିକଟରେ ଚଢ଼ାଉ କରି ରମେଶ ଚନ୍ଦ୍ର ରାଉତ, ବୟସ ୬୦ ବର୍ଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୦୯ ଗ୍ରାମ ବ୍ରାଉନସୁଗାର (ହେରୋଇନ) ଜବତ କରିଛି | ଏହି ଘଟଣାରେ ନିମାପଡା ଅବକାରୀ ଥାନା କେସ ନଂ :- ୧୨/୨୪-୨୫ ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି | ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୦,୯୦,୦୦୦ ଟଙ୍କାରୁ ଉର୍ଦ୍ଧ୍ବ ହେବ |
୧୦୯ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2024/04/fc5d7616-7b98-474e-90db-0581f72e1cca.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)