୩ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅଧୀନ ଗଡ଼ଗୁଡ଼ୁମର ରାମସିଂହପ୍ରସାଦ ନିକଟରୁ ବ୍ରାଉନ୍ସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ପ୍ରାୟ ୩ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯାଇଛି ।

ମିଳିଥିବା ସୂଚନାନୁସାରେ, ୭ ତାରିଖ ଅପରାହ୍ଣରେ ବିଶ୍ୱସ୍ତସୂତ୍ରରୁ ଖବର ପାଇ ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସଦର ଆଇଆଇସି ଅନୀତା ସାହୁଙ୍କ ନେୃତୃତ୍ୱରେ ଏକ ଟିମ୍ କରାଯାଇଥିଲା । ସଦର ଥାନା ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ମିଳିତ ଭାବେ ଗଡ଼ଗୁଡ଼ୁମ ରାମସିଂହ ପ୍ରସାଦର ପାଣି ଟାଙ୍କି ନିକଟରେ ଚଢ଼ଉ କରିଥିଲେ । ଚଢ଼ଉରେ ଟାଉନଥାନା ଅଧୀନ ପାନବରଜର ସେକ୍ ନସିମ୍ ଓରଫ ବବୁଲୁକୁ କାବୁ କରାଯାଇଥିଲା । ତା ନିକଟରୁ ୩୨ ଗ୍ରାମ ବ୍ରାଉନସୁଗାର, ବିନା ପଂଜୀକରଣର ଏକ ହୋଣ୍ଡା ଆକ୍ଟିଭା ସ୍କୁଟି, ପାନ୍ କାର୍ଡ, ଭିଭୋ ମୋବାଇଲ୍ ଜବତ କରାଯାଇଥିଲା । ଗତକାଲି ସେକ୍ ନସିମର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା । ଏନେଇ ସଦର ଥାନା ଆଇଆଇସି ଅନୀତା ସାହୁ କହିଛନ୍ତି ଯେ ଏହି ଘଟଣାରେ ୧୯୧/୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି ଓ ସେ ନିଜେ ଏହି ମାମଲାର ଅନୁସନ୍ଧାନ ଦାୟିତ୍ୱ ନେଇଛନ୍ତି ।

ସମ୍ବନ୍ଧିତ ଖବର