ନିରାକାରପୁର: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ଉ କରି ଜଣେ ଚୋରା ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଙ୍କିଆଥାନା ଛଣଗିରି ଗ୍ରାମର ସଞ୍ଜୟ ମହାପାତ୍ର (୩୫) ବୋଲି ଜଣାଯାଇଛି। କୌଣସି ସୂତ୍ରରୁ ଖବରପାଇ ଟାଙ୍ଗୀ ଅବକାରୀ ବିଭାଗ ଚଢ଼ଉ କରିଥିବାବେଳେ ସ୍ଥାନୀୟ ତାରିଣୀ ମନ୍ଦିର ସନିକଟରୁ ସଞ୍ଜୟକୁ ଗିରଫ କରିଥିଲା। ଗିରଫ ବେଳେ ସଞ୍ଜୟ ଠାରୁ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ ମଧ୍ୟ କରିଛି।
ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ଆଲୋକ ପ୍ରଧାନ ସୂଚନା ଦେଇଛନ୍ତି। ଏନେଇ ୧୫/ ୨୩ରେ ଏକ ମୋକଦମା ରୁଜୁ ହୋଇଛି। ଚଢ଼ଉରେ ଅବକାରୀ ବିଭାଗ କର୍ମଚାରୀ ସୁନିତା ଦଳେଇ, ବିଶ୍ୱମ୍ବର ବିଶ୍ୱାଳ, ତପନ ସ୍ୱାଇଁ ପ୍ରମୁଖ କର୍ମକର୍ତ୍ତା ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/WhatsApp-Image-2023-05-23-at-8.27.45-PM.jpeg)