୧୩୦୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ନଷ୍ଟ କଲା ଏସ୍‌ଟିଏଫ୍‌

ଭୁବନେଶ୍ବର: ଓଡ଼ିଶା ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍) ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ନଷ୍ଟ କରିଛି।। ଓଡ଼ିଶାରେ ପ୍ରଥମ ଥର ଟ୍ରାଏଲ ସରିବା ପୂର୍ବରୁ ଏସ୍‌ଟିଏଫ୍ ନଷ୍ଟ କରିଛି। ୨୦୨୦ରେ ଜବତ ୧ କିଲୋ ୩୦୫ ଗ୍ରାମର ବ୍ରାଉନସୁଗାର ନଷ୍ଟ କରାଯାଇଛି। କୋର୍ଟଙ୍କ ଅନୁମତି କ୍ରମେ ଏସ୍ଓପି ପାଳନ କରି ପଦକ୍ଷେପ ନିଆଯାଇଛି। ବ୍ରାଉନ୍ସୁଗାର ନଷ୍ଟ କରାଯିବା ପୂର୍ବରୁ ଗତକାଲି ଖୋର୍ଦ୍ଧା ଏସ୍ପି, ଏସଟିଏଫ୍, ଡେପୁଟି କଲେକ୍ଟରଙ୍କ ନେତୃତ୍ବରେ ଏକ ବୈଠକ ବସିଥିଲା।

ସୂଚନାଯୋଗ୍ୟ, ଏସ୍‌ଟିଏଫ୍  ଦ୍ବାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ବେଆଇନ୍ ଭାବେ ପରିଚାଳିତ ହେଉଥିବା ନିଶା କାରବାର ଉପରେ ପୁଲିସ, ଅବକାରୀ ସମେତ ଏସ୍ଟିଏଫ୍ ଟିମ୍ ମଧ୍ୟ ନଜର ରଖିଛି। ବିଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ୪୫୦୦ କୁଇଣ୍ଟାଲ ଗଂଜେଇ ଓ ୧୦୪ କିଲୋ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ବେଆଇନ୍ ନିଶା କାରବାର ସହିତ ଜଡ଼ିତ ଅନେକ ଗୁଡ଼ିଏ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର