ଭଦ୍ରକ ପୂରୁଣାବଜାର ଅଞ୍ଚଳରୁ ୨୭ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ 

ଭଦ୍ରକ: ସ୍ଥାନୀୟ ପୁରୁଣାବଜାର ଥାନା ଅଞ୍ଚଳରୁ ୨୭ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହି କାରବାର ସହିତ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ, ଆରଏମସି ମାର୍କେଟ ନିକଟରେ ବ୍ରାଉନ ସୁଗାର ବେପାର ହେଉଥିବା ଥାନା ଅଧିକାରୀ ଗଣେଶ ପ୍ରଧାନ ଖବର ପାଇଥିଲେ । ପରେ ପୁରୁଣା ବଜାର ପୁଲିସର ଏକ ଟିମ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଧରିଥିବା ବେଳେ ତା ନିକଟରୁ ୨୨ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା। ପରେ ଏନେଇ ଖୋଳତାଡ଼ କରିବା ପରେ ଆଉ ଜଣେ ଏହି ବ୍ରାଉନ ସୁଗାର ବେପାରରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ତା ନିକଟରୁ ୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା। ଦୁଇ ଅଭିଯୁକ୍ତଙ୍କ ନିକଟରୁ ମୋଟ ୨୭ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ।
ସମ୍ବନ୍ଧିତ ଖବର