ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ମୋବାଇଲ ଟିମ ଆଜି ଖୋର୍ଦ୍ଧା ସହରର ସାମନ୍ତରାପୁର ସାଗୁଆନି ବଗିଚାରେ ଚଢ଼ାଉ କରି ୪୧ଗ୍ରାମ ବ୍ରାଉନସୁଗାର ଜବତ କରିଛି। ବେଆଇନ କାରବାର ମାମଲାରେ ସ୍ଥାନୀୟ ଅଞ୍ଚଳର ଯୁବକ କାଳୁ ଚରଣ ବେହେରା ଗିରଫ ହୋଇଛନ୍ତି। କାଳୁ ନିଜ ଘରେ ବ୍ରାଉନସୁଗାର ବେପାର କରୁଥିଲା। ସୂଚନା ପାଇ ଅବକାରୀ ମୋବାଇଲ ଟିମ ଚଢ଼ାଉ କରିଥିଲା। ଜବତ ବ୍ରାଉନ ସୁଗାର ମୂଲ୍ୟ ପ୍ରାୟ ଚାରି ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ କାଳୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଚାରି ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2024/02/052d8ff9-b843-4494-9403-e3426262a430.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)