ଢେଙ୍କନାଳ/ଯୋରନ୍ଦା: ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଜଣେ ୫୫ ବର୍ଷୀୟା ମାତାଜୀଙ୍କୁ ଅତି ବୀଭତ୍ସ ଭାବେ ତାଙ୍କ ମଠ ପରିସରରେ ହାଣି ହତ୍ୟା କରିଛନ୍ତି । ଆଜି ସକାଳେ ମାତାଜୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳଥିିବା ସୂଚନା ଅନୁଯାୟୀ, ଗଁଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ଟାଙ୍ଗଲୁଣ୍ଡା ଗାଁ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଗୋଲି ସାହୁ(୫୫ ବର୍ଷ) ନାମକ ଜଣେ ମାତାଜୀ ଦୀର୍ଘ ୧୦/୧୫ ବର୍ଷ ହେବ ଏକ ମଠ କରି ରହୁଥିଲେ। ସେ ସେଠାରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ବିଭିନ୍ନ ଲାକଙ୍କ ଠାରୁ ଦାନ ସୂତ୍ରରେ ଟଙ୍କା ସଂଗ୍ରହ କରୁଥିଲେ। ତେବେ ଗତକାଲି ରାତିରେ କେହି ଦୁର୍ବୃତ୍ତ ମଠ ପରିସରରେ ପହଞ୍ଚିି ତାଙ୍କୁ ପଛପଟୁ ଆକ୍ରମଣ କରି ହତ୍ୟା କରିଛି। ମାତାଜୀଙ୍କ ଅର୍ଦ୍ଧ ଉଲଗ୍ନ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମଠ ପରିସରରେ ଆଜି ସକାଳୁ ପଡ଼ିଥିବା ଦେଖା ଯାଇଥିଲା। ତେବେ କିଏ କାହିଁକି ଜଣେ ବୟସ୍କା ମାତାଜୀଙ୍କୁ ଏପରି ବୀଭତ୍ସ ଭାବେ ହାଣି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।
ଢେଙ୍କାନାଳ: ମଠ ପରିସରରେ ମାତାଜୀଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା
/sambad/media/post_attachments/wp-content/uploads/2018/04/dkl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)