ଦୁର୍ଗମ ମହୁପଦରରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା

ମାଲକାନଗିରି : ମାଲକାନଗିରିର ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ସୀମାନ୍ତ ଛତିଶଗଡକୁ ଲାଗି ରହିଥିବା ମହୁପଦର ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି ।

ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ବିଏସଏଫ ଡିଆଇଜି ସଂଜୟ କୁମାର ସିଂ,କମାଣ୍ଡାଣ୍ଟ ତୀର୍ଥ ଆଚାର୍ୟ୍ୟ,ଏସପି ରିଶିକେଷ ଦୟାନିଧି ଖିଲାରୀ,ଡେପୁଟି କମାଣ୍ଡାଣ୍ଟ ସୁଭଞ୍ଜନ ମହାପାତ୍ର,ଅତିରିକ୍ତ ଏସପି ମନୋଜ କୁମାର ସିଂ,ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ମନିଷ କୁମାର ଗୁପ୍ତା,ପ୍ରକାଶ ସିଂ,ଛତିଶଗଡର ପୁସପାଲ ଆଇଆଇସି ହୁବଲାଲ ଚନ୍ଦ୍ରାକର,ମହୁପଦର ସରପଞ୍ଚ ଶିବଲାଲ ଧୁରୁଆ,କମାରପାଲୀ ସରପଞ୍ଚ ବସନ୍ତ ମାଢି ଉପସ୍ଥିତ ଥିଲେ।

ଏହି କାର୍ୟ୍ୟକ୍ରମରେ ଆଖପାଖ ଅଂଚଳର ଶତାଧିକ ମହିଳା ପୁରୁଷ ମଧ୍ୟ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି ମହୁପଦର ଅଂଚଳ ସଂପୂର୍ଣ୍ଣ ବାବେ ମାଓବାଦୀଙ୍କ କବଜାରେ ରହିଥିବା ଏହି ପଞ୍ଚାୟତ ଛତିଶଗଡକୁ ଲାଗିଥିବା ସହ ତୁଳସୀ ପାହାଡ ରହିଛି।ଯାହାକି ମାଓବାଦୀଙ୍କ ତାଲିମ କ୍ୟାମ୍ପ ଭାବେ ମଧ୍ୟ ରହିଛି।ଛତିଶଗଡକୁ ଲାଗି ରହିଥିବାରୁ ନକ୍ସଲ ଛତିଶଗଡରେ ହିଂସା ଘଟାଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରୁଥିଲେ।ସେହିପରି ମାଲକାନଗିରିରେ ହିଂସା ଘଟାଇ ଛତିଶଗଡର ପୁସପାଲ ଅଂଚଳକୁ ଚାଲିଯାଉଥିଲେ।ତେଣୁ ଏଠାରେ ଏକ ନୂଆ ବିଏସଏଫ କ୍ୟାମ୍ପ କରିବାକୁ ଦାବି ହୋଇ ଆସୁଥିଲା।୧୬୦ ବିଏସଏଫ ବାଟାଲିୟନର ଯବାନ ଏଥର ଏଠାରେ ଦିନରାତି ପଇଁତରା ମାରିବେ ବୋଲି କୁହାଯାଇଛି।ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବାରୁ ନକ୍ସଲ ଜିଲ୍ଲା ଛାଡି ଏବେ ଚାଲିଯାଇଛନ୍ତି।ପୂର୍ବ ଭଳି ଏବେ ଆଉ ଜିଲ୍ଲାରେ ହିଂସା ସେତେଟା ନାହିଁ।ପୁଲିସ ଏବଂ ବିଏସଏଫ ଯବାନଙ୍କ ଘନ ଘନ ଚଢାଉରେ ମାଓବାଦୀ ଏକ ପ୍ରକାର ଭୟଭିତ ହୋଇପଡିଛନ୍ତି।ତେଣୁ ଜାଗା ଛାଡି ଅନ୍ୟତ୍ର ଚାଲିଯାଉଥିବା କୁହାଯାଇଛି।ଏହି ଅଂଚଳର ଆଦିବାସୀ ଲୋକେ ବିଏସଏଫ ଯବାନଙ୍କୁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର