ମାଥିଲି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ନକ୍ସଲ ପ୍ରବଣ କିଆଙ୍ଗ ଗ୍ରାମରେ ୧୬୦ ବିଏସ୍ଏଫ୍ ବାଟାଲିୟନର ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଏସ୍ଏଫ ଡିଆଇଜି ଏସ୍.କେ.ସିଂହ, ବିଏସ୍ଏଫ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟ, ବିଏସ୍ଏଫର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଜଗଭୁଷଣ, ଡେପ୍ୟୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର, ସରପଞ୍ଚ ନେଲାବତୀ ମାଝି, ଅର୍ଜୁନ ତନ୍ତି, ବୁଦୁ ଭୁମିଆ ସମେତ ଯବାନମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଥିଲେ। ନକ୍ସଲ ଯୋଗୁଁ ହିଁ ଏହି ଅଂଚଳର ବିକାଶ ହୋଇପାରୁନଥିବା କୁହାଯାଇଥିଲା। ନକ୍ସଲଙ୍କୁ ସମର୍ଥନ ନକରି ଏଠାରେ ଅବସ୍ଥାପିତ ବିଏସ୍ଏଫ୍ଙ୍କୁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଥିଲା। ଲୋକମାନଙ୍କ ମଧ୍ୟ ଆଗକୁ ନକ୍ସଲଙ୍କୁ ସମର୍ଥନ ନକରି ସରକାରଙ୍କର ସମସ୍ତ ବିକାଶ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Sambadଏହି ଅବସରରେ ଆଦିବାସୀ ସଂସ୍କୃତିକୁ ନେଇ ନାଚଗୀତର ଆସର ମଧ୍ୟ ଜମିଥିଲା।ଯବାନ ଏଠାକୁ ନକ୍ସଲ ଦମନ କରିବାକୁ ଆସିଛନ୍ତି। ତେଣୁ ପ୍ରତ୍ୟେକ ଗ୍ରାମର ଲୋକେ ସେମାନଙ୍କୁ ନିଜର ବନ୍ଧୁ ବୋଲି ଭାବି ସେମାନଙ୍କୁ ସହଯୋଗ କରନ୍ତୁ। ଏହି ଅବସରରେ ବିଏସ୍ଏଫ ତରଫରୁ ଗ୍ରାମବାସୀମାନଙ୍କୁ ଶାଢୀ, ଲୁଙ୍ଗି, ଟିସାର୍ଟ, କଂସାବାସନ, ଖେଳ ସାମଗ୍ରୀ, ପିଲାଙ୍କୁ ବହିପତ୍ର, ପେନ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା।ଗ୍ରାମର ଯୁବଗୋଷ୍ଠୀଙ୍କୁ ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା। କିଆଙ୍ଗ ସ୍କୁଲକୁ ମଧ୍ୟ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା। ସମସ୍ତଙ୍କୁ କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ପାଇଁ କୁହାଯାଇଥିଲା। ବିଏସ୍ଏଫର ଏହି ଜନସଂପର୍କ ଦ୍ବାରା ଯବାନ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ରହିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Mathili-BSF-jana-sampark-sibir-5.jpg)